‘ଟିଏମ୍‌ସି’ର ଅଭିଯୋଗ ପରେ ଟିକା ସାର୍ଟିଫିକେଟ୍‌ରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ହଟାଇବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ କହିଲା ନିର୍ବାଚନ କମିସନ୍‌

‘ଟିଏମ୍‌ସି’ର ଅଭିଯୋଗ ପରେ ଟିକା ସାର୍ଟିଫିକେଟ୍‌ରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ହଟାଇବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ କହିଲା ନିର୍ବାଚନ କମିସନ୍‌

Image Courtesy of India Today

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ଅଭିଯୋଗ କରିବାରୁ ବିଧାନସଭା ନିର୍ବାଚନ ହେବାକୁ ଥିବା ସମସ୍ତ ରାଜ୍ୟରେ ଦିଆଯାଉଥିବା କରୋନାଭାଇରସ୍‌ ଟିକାକରଣ ସାର୍ଟିଫିକେଟ୍‌ରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ହଟାଇବା ଲାଗି ଭାରତର ନିର୍ବାଚନ କମିସନ୍‌ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ କହିଛି।

ପଶ୍ଚିମବଙ୍ଗ ଓ ଅନ୍ୟ ଚାରିଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ତୃଣମୂଳ କଂଗ୍ରେସ ଏଭଳି ଆପତ୍ତି ଉଠାଇଥିଲା। ତେଣୁ, ନିର୍ବାଚନ କମିସନ୍‌ ଘୋଷଣା କରିଛି ଯେ, ଟିକାକରଣ ଅଭିଯାନରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଚାର ନିମନ୍ତେ ତାଙ୍କ ଫଟୋ ବ୍ୟବହାର କରି ପାରିବେ ନାହିଁ।
ସଦ୍ୟ ପ୍ରାପ୍ତ ସୂଚନା ଅନୁସାରେ, ନିର୍ବାଚନ ଆଚରଣବିଧି ପାଳନପୂର୍ବକ କୋଭିଡ୍‌ ଟିକାକରଣ ସାର୍ଟିଫିକେଟ୍‌ରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ହଟାଇବା ଲାଗି ନିର୍ବାଚନ କମିସନ୍‌ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ନିର୍ଦେଶ ଦେଇଛି। ଏହି ଆଦେଶନାମା ଦେଶର ସବୁ ରାଜ୍ୟ ନିମନ୍ତେ ଲାଗୁ ହେବ।

publive-image Image Courtesy of NDTV

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ ହେବାକୁ ଥିବା ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଏବଂ ପୁଡୁଚେରୀରେ ଦିଆଯାଉଥିବା କୋଭିଡ୍‌ ଟିକାକରଣ ସାର୍ଟିଫିକେଟ୍‌ରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ହଟାଇ ପାରନ୍ତି।

କୋଭିଡ୍‌ ଟିକାକରଣ ସାର୍ଟିଫିକେଟ୍‌ରେ ଥିବା ‘ଫଟୋ’କୁ ତୃଣମୂଳ କଂଗ୍ରେସ ‘ପ୍ରଧାନମନ୍ତ୍ରୀଙ୍କଦ୍ୱାରା ସରକାରୀ କଳର ଅପବ୍ୟବହାର’ ବୋଲି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe