୪୮ଘଣ୍ଟା ପାଇଁ ପ୍ରଚାର କରିପାରିବେ ନାହିଁ ବିଜେପି ନେତା ରାହୁଲ ସିହ୍ନା: କୁଚ୍ ବିହାର ଘଟଣାକୁ ନେଇ ଦେଇଥିଲେ ବିବାଦୀୟ ବୟାନ

Advertisment
୪୮ଘଣ୍ଟା ପାଇଁ ପ୍ରଚାର କରିପାରିବେ ନାହିଁ ବିଜେପି ନେତା ରାହୁଲ ସିହ୍ନା: କୁଚ୍ ବିହାର ଘଟଣାକୁ ନେଇ ଦେଇଥିଲେ ବିବାଦୀୟ ବୟାନ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ପରେ ଏବେ ବିଜେପି ନେତା ରାହୁଲ ସିହ୍ନାଙ୍କ ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ କମିସନ। ରାହୁଲ ଦେଇଥିବା ବିବାଦୀୟ ବୟାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪୮ଘଣ୍ଟା ପାଇଁ ସେ ନିର୍ବାଚନ ପ୍ରଚାର କରିପାରିବେ ନାହିଁ ବୋଲି କୁହାଯାଇଛି।

West bengal: Meet Rahul Sinha, the BJP candidate from Kolkata North, who has lost nine elections Mumbai Mirror

ଆଜି ମଧ୍ୟାହ୍ନ ସମୟରୁ ଏପ୍ରିଲ ୧୫ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ରାହୁଲ ସିହ୍ନାଙ୍କ ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ସୂଚନା ମୁତାବକ, ଏପ୍ରିଲ ୧୦ରେ ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲୁଥିବା ବେଳେ ଟିଏମସିର ୪ଜଣ କର୍ମୀ ସିଆଇଏସଏଫ ଗୁଳିରେ ମୃତ୍ୟୁବରଣ କରିଥିଲେ। ଏହି ଘଟଣାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ବିଜେପି ନେତା ରାହୁଲ ସିହ୍ନା। ନିର୍ବାଚନ ରାଲିରେ ସେ କହିଥିଲେ, ୪ଜଣ ନୁହେଁ ବରଂ ୮ଜଣ ମୃତ୍ୟୁବରଣ କରିବା କଥା। ଏହା ପରେ କୁଚ ବିହାର ଗୁଳି ବିନିମୟ ଘଟଣାରେ ବିଜେପି ନେତା ରାହୁଲ ସିହ୍ନାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟିଏମସି ନିର୍ବାଚନ କମିସନଙ୍କୁ ଅନୁରୋଧ କରିଥିଲା। ଆଜି ରାହୁଲଙ୍କ ବିବାଦୀୟ ବୟାନ ପାଇଁ ତାଙ୍କୁ ୪୮ଘଣ୍ଟା ପର୍ଯ୍ୟନ୍ତ ପ୍ରଚାର ନକରିବାକୁ କହିଛନ୍ତି ନିର୍ବଚନ କମିସନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe