କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କ ଉପରେ ଲାଗିଲା କଟକଣା, ତିନି ଦିନ ପାଇଁ କରିପାରିବେନି ନିର୍ବାଚନ ପ୍ରଚାର

Advertisment
କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କ ଉପରେ ଲାଗିଲା କଟକଣା, ତିନି ଦିନ ପାଇଁ କରିପାରିବେନି ନିର୍ବାଚନ ପ୍ରଚାର

Scroll.in

ନୂଆଦିଲ୍ଲୀ : କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କ ଉପରେ ଲାଗିଲା କଟକଣା । ତିନି ଦିନ ପାଇଁ ଅର୍ଥାତ ୭୨ ଘଣ୍ଟା ପାଇଁ ନିର୍ବାଚନ ପ୍ରଚାର କରି ପାରିବେନି ସିଦ୍ଧୁ । ଏହି କଟକଣା ଳଗାଇଛନ୍ତି ନିର୍ବାଚନ କମିଶନ୍ । ଧର୍ମୀୟ ଆଧାରରେ ଭୋଟ୍ ମାଗିବା ନେଇ ଅଭିଯୋଗ ହେବା ପରେ ଏପରି କଟକଣା କରାଯାଇଛି । ବିହାରର କଟିଆରରେ ନିର୍ବାଚନ ପ୍ରଚାର ବେଳେ ମୁସଲିମ୍ ସଂପ୍ରଦାୟକୁ ଆହ୍ୱାନ ଦେଇ ସିଦ୍ଧୁ କହିଥିଲେ, ମୁସଲିମମାନେ ଏକତ୍ରିତ ହୋଇ କଂଗ୍ରେସକୁ ଭୋଟ୍ ଦେଲେ ବିଜେପିକୁ ପରାଜିତ କରିହେବ। ଏପରି ମନ୍ତବ୍ୟକୁ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା । ବିହାର ମୁଖ୍ୟ ନିର୍ବାଚନ ଅଧିକାରୀ ଏ ନେଇ ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ୍।

ନିର୍ବାଚନ ବର୍ଷରେ ଆରୋପ ପ୍ରତ୍ୟାରୋପର ରାଜନୀତି କିଛି ନୂଆ କଥା ନୁହେଁ । ତେବେ ପ୍ରଚାର ବେଳେ ନେତାଙ୍କ ତୁଣ୍ଡ ହୁରୁଡିବା ଏବଂ ବିବାଦୀୟ ମନ୍ତବ୍ୟ ରଖି ଅଡୁଆରେ ପଡିବାର ଅନେକ ନଜିତ ମଧ୍ୟ ରହିଛି । ପୂର୍ବରୁ ମଧ୍ୟ ବିଏସପି ସୁପ୍ରିମୋ ମାୟାବତୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ବାଚନୀ ପ୍ରଚାର ଉପରେ କଟକଣା ଲଗାଇଥିଲେ ନିର୍ବାଚନ କମିଶନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe