ନିର୍ବାଚନୀ ପ୍ରତିଶ୍ରୁତିରେ ‘ମାଗଣା’ ପ୍ରସଙ୍ଗ ଉପରେ ନିର୍ବାଚନ କମିଶନଙ୍କ କୌଣସି ଅଧିକାର ନାହିଁ: କଂଗ୍ରେସ

Advertisment
ନିର୍ବାଚନୀ ପ୍ରତିଶ୍ରୁତିରେ ‘ମାଗଣା’ ପ୍ରସଙ୍ଗ ଉପରେ ନିର୍ବାଚନ କମିଶନଙ୍କ କୌଣସି ଅଧିକାର ନାହିଁ: କଂଗ୍ରେସ

ନୂଆଦିଲ୍ଲୀ: ନିର୍ବାଚନ କାଳରେ ‘ମାଗଣା’ ଭଳି ପ୍ରସଙ୍ଗକୁ ନିୟନ୍ତ୍ରଣ କରିବାର ଅଧିକାର ନିର୍ବାଚନ କମିଶନଙ୍କର ନାହିଁ ବୋଲି ଶୁକ୍ରବାର ଦିନ କଂଗ୍ରେସ କହିଛି। ଏଥିସହ ନିର୍ବାଚନ ଆଇନର ଉପଯୁକ୍ତ କାର୍ଯ୍ୟକାରିତା ମାଧ୍ୟମରେ ମୁକ୍ତ, ଅବାଧ ଏବଂ ନିରପେକ୍ଷ ମତଦାନ ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦେବାକୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ଅକ୍ଟୋବର ୪ ତାରିଖରେ ନିର୍ବାଚନ କମିଶନ ‘ମଡେଲ କୋଡ’ରେ ସଂଶୋଧନ କରି ରାଜନୈତିକ ଦଳମାନଙ୍କୁ ସେମାନଙ୍କର ମତଦାନ ପ୍ରତଶ୍ରୁତିର ଆର୍ଥିକ କାର୍ଯ୍ୟକ୍ଷମତା ଉପରେ ଭୋଟରମାନଙ୍କୁ ପ୍ରାମାଣିକ ସୂଚନା ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଥିଲା। କମିଶନଙ୍କ ଏହି ପ୍ରସ୍ତାବ ନିର୍ବାଚନ କାଳରେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳମାନଙ୍କର ‘ମାଗଣା’ ବନାମ ‘କଲ୍ୟାଣ’ ପଦକ୍ଷେପ ବିତର୍କ ମଧ୍ୟରେ ଏବେ ସୃଷ୍ଟି ହୋଇଥିବା ରାଜନୈତିକ ବିତର୍କ ମଧ୍ୟରେ ଆସିଥିଲା।

ଏ ପ୍ରସଙ୍ଗରେ କଂଗ୍ରେସ ଦଳ ନିଜର ଆଭିମୁଖ୍ୟକୁ ସ୍ପଷ୍ଟ କରିବାକୁ ଯାଇ କହିଛି ଯେ ଏହିପରି ପ୍ରସଙ୍ଗଗୁଡ଼ିକ ଏକ ଜୀବନ୍ତ ଗଣତାନ୍ତ୍ରିକ ବ୍ୟବସ୍ଥାର ଉପଭାଷାର ଏକ ଅଂଶ ଏବଂ ଭୋଟରଙ୍କ ଜ୍ଞାନ, ବିଚକ୍ଷଣତା ଏବଂ ବିଶ୍ଳେଷଣ ଉପରେ ନିର୍ଭର କରେ ଯାହାକୁ କଦାପି କମ୍‌ କରାଯିବା ଉଚିତ ନୁହେଁ ବୋଲି ବିରୋଧୀ କଂଗ୍ରେସ ଦଳ କହିଛି।

publive-image

କଂଗ୍ରେସ ସାଧାରଣ ସମ୍ପାଦକ (ଯୋଗାଯୋଗ) ଜୟରାମ ରମେଶ ନିର୍ବାଚନ କମିଶନ (ଇସି)ଙ୍କୁ ଲେଖିଛନ୍ତି, ମତଦାତାମାନେ ଏପରି ନିର୍ବାଚନୀ ପ୍ରତିଶ୍ରୁତି କିମ୍ବା ଆଶ୍ୱାସନାର ବିଚାର କରିବେ ଏବଂ ଏହାର ଉଲ୍ଲଂଘନ କରିବେ ନା ଏହାର ଅନୁପାଳନ କରିବେ ତାହାର ନିଷ୍ପତ୍ତି ସେମାନେ ସ୍ଥିର କରିବେ। ନିର୍ବାଚନ କମିଶନ କିମ୍ବା ସରକାର କିମ୍ବା ଅଦାଲତର ମଧ୍ୟ ଏପରି ପ୍ରସଙ୍ଗକୁ ନିୟନ୍ତ୍ରଣ କରିବାର ଅଧିକାର ନାହିଁ। ତେଣୁ କମିଶନ ଏପରି କରିବାରୁ ନିବୃତ୍ତ ହେବା ସର୍ବୋତ୍ତମ ହେବ ବୋଲି ସେ କହିଛନ୍ତି।

ନିର୍ବାଚନ କମିଶନ ତାଙ୍କ ପ୍ରସ୍ତାବରେ ଏହା ମଧ୍ୟ କହିଥିଲେ ଯେ ମତଦାନ ପ୍ରତିଶ୍ରୁତିର ସୁଦୂରପ୍ରସାରୀ ପ୍ରଭାବ ରହିଛି, ଏହା ଆର୍ଥିକ ସ୍ଥିରତା ଉପରେ ଅବାଞ୍ଛିତ ପ୍ରଭାବକୁ ଅଣଦେଖା କରିପାରିବ ନାହିଁ। ଏପ୍ରସଙ୍ଗରେ ସମସ୍ତ ସ୍ୱୀକୃତିପ୍ରାପ୍ତ ଜାତୀୟ ଏବଂ ରାଜ୍ୟ ଦଳକୁ ଲେଖିଥିବା ଏକ ଚିଠିରେ କମିଶନ ସେମାନଙ୍କୁ ଅକ୍ଟୋବର ଶେଷ ସୁଦ୍ଧା ପ୍ରସ୍ତାବ ଉପରେ ସେମାନଙ୍କର ମତାମତ ଦାଖଲ କରିବାକୁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe