୨୦୧୯ ନିର୍ବାଚନ ପାଇଁ ମତଦାନ ସରି ନଥିବା ବେଳେ ‘ଏକ୍‌ଜିଟ୍‌ ପୋଲ’ ରିପୋର୍ଟ ଛାପି ହରଡ଼ଘଣାରେ ପଡ଼ିଲେ ୩ ଗଣମାଧ୍ୟମ ସଂସ୍ଥା: ନୋଟିସ ଜାରି କଲେ ନିର୍ବାଚନ କମିଶନ

Advertisment
୨୦୧୯ ନିର୍ବାଚନ ପାଇଁ ମତଦାନ ସରି ନଥିବା ବେଳେ ‘ଏକ୍‌ଜିଟ୍‌ ପୋଲ’ ରିପୋର୍ଟ ଛାପି ହରଡ଼ଘଣାରେ ପଡ଼ିଲେ ୩ ଗଣମାଧ୍ୟମ ସଂସ୍ଥା: ନୋଟିସ ଜାରି କଲେ ନିର୍ବାଚନ କମିଶନ

Observer

ନୂଆଦିଲ୍ଲୀ: ୨୦୧୯ ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଶେଷ ହୋଇ ନଥିବା ବେଳେ ନିର୍ବାଚନ ଫଳାଫଳକୁ ନେଇ ପୂର୍ବାନୁମାନ ରିପୋର୍ଟ ଛାପିବା ସହ ‘ପୋଲ ସର୍ଭେ’ ବା ‘ଏକଜିଟ୍‌ ପୋଲ୍‌’ ରିପୋର୍ଟ ପ୍ରକାଶ କରିବା ତିନିଟି ଗଣମାଧ୍ୟମ ସଂସ୍ଥା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶର ଅବମାନନା କରି ଏପରି ରିପୋର୍ଟ ପ୍ରକାଶ କରିଥିବା ତିନିଟି ଗଣମାଧ୍ୟମ ସଂସ୍ଥାକୁ କମିଶନ ନୋଟିସ୍‌ ଜାରି କରିବା ସହ ୪୮ ଘଣ୍ଟା ମଧ୍ୟରେ ନୋଟିସର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିବା ଜାଣିବାକୁ ମିଳିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଲୋକ ପ୍ରତିନିଧି ଆଇନ୍‌ର ଧାରା ୧୨୬ଏ ଅନୁଯାୟୀ ନିର୍ବାଚନ କାଳରେ ମତଦାନ ପ୍ରକ୍ରିୟା ସଂପୂର୍ଣ୍ଣ ରୂପେ ଶେଷ ନହେବା ପର୍ଯ୍ୟନ୍ତ କୌଣସି ବି ଗଣମାଧ୍ୟମ ସଂସ୍ଥା ନିର୍ବାଚନ ଫଳାଫଳକୁ କେନ୍ଦ୍ର କରି କୌଣସି ପ୍ରକାରର ପୂର୍ବାନୁମାନ ବା ‘ଏକ୍‌ଜିଟ୍‌’ ପୋଲ ପ୍ରକାଶ କରି ପାରିବେ ନାହିଁ। କାରଣ ମତଦାନ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଯଦି ନିର୍ବାଚନ ଫଳାଫଳକୁ କେନ୍ଦ୍ର କରି କୌଣସି ପ୍ରକାରର ପୂର୍ବାନୁମାନ ବା ‘ଏକ୍‌ଜିଟ୍‌’ ପୋଲ ରିପୋର୍ଟ ପ୍ରକାଶ କରନ୍ତି ତେବେ ତାହା ପରବର୍ତ୍ତୀ ପର୍ଯ୍ୟାୟରେ ହେବାକୁ ଥିବା ମତଦାନକୁ ପ୍ରଭାବିତ କରିବାର ଆଶଙ୍କା ଥିବାରୁ ନିର୍ବାଚନ କମିଚନ ଏହା ଉପରେ ନିଷେଧାଦେଶ ଜାରି କରିଛନ୍ତି।

publive-image Latestly

ତେବେ, ୨୦୧୯ ନିବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଆସନ୍ତା ୧୯ ତାରିଖ ରବିବାର ଅନୁଷ୍ଠିତ ହେବାକୁ ଥିବା ବେଳେ ଦେଶର ତିନିଟି ଗଣମାଧ୍ୟମ ସଂସ୍ଥା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶର ଅବମାନନା କରି ଏକ୍‌ଜିଟ୍‌ ପୋଲ ରିପୋର୍ଟ ପ୍ରକାଶ କରିଥିବା କମିଶନଙ୍କ ଦୃଷ୍ଟିକୁ ଆସିବା ପରେ କମିଶନ ସେମାନଙ୍କ ବିରୋଧରେ ଏପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe