ହେମା ମାଳିନୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ : ଖଡଗେ ଓ ସୁରଜେୱାଲାଙ୍କୁ ନିର୍ବାଚନ କମିସନଙ୍କ ନୋଟିସ୍

ହେମା ମାଳିନୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ : ଖଡଗେ ଓ ସୁରଜେୱାଲାଙ୍କୁ ନିର୍ବାଚନ କମିସନଙ୍କ ନୋଟିସ୍

ନୂଆଦିଲ୍ଲୀ: ମଥୁରା ସାଂସଦ ତଥା ଅଭିନେତ୍ରୀ ହେମା ମାଳିନୀଙ୍କ ବିରୋଧରେ କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଜାରି ରହିଛି । ଏବେ ଏହି ମନ୍ତବ୍ୟ ପାଇଁ ନିର୍ବାଚନ କମିସନ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିଛନ୍ତି। ଏହାବ୍ୟତୀତ ମହିଳାଙ୍କ ସମ୍ମାନ ଓ ମର୍ଯ୍ୟାଦା ବଜାୟ ରଖିବା ପାଇଁ ସର୍ବସାଧାରଣରେ ଦିଆଯାଇଥିବା ପରାମର୍ଶକୁ ପାଳନ କରିବା ପାଇଁ କଂଗ୍ରେସ କ'ଣ ପଦକ୍ଷେପ ନେଇଛି ସେ ନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ମଧ୍ୟ ନିର୍ବାଚନ କମିଶନ ଜବାବ ମାଗିଛନ୍ତି।

ଏପ୍ରିଲ ୧୧ ତାରିଖ ସନ୍ଧ୍ୟା ସୁଦ୍ଧା ଏହି ପ୍ରସଙ୍ଗରେ ଜବାବ ରଖିବାକୁ ନିର୍ବାଚନ କମିସନ ରଣଦୀପ ସୁରଜେୱାଲାଙ୍କୁ କହିଛନ୍ତି। ସେହିପରି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ୧୨ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ସମୟ ଦେଇଛନ୍ତି କମିଶନ । ମହିଳାଙ୍କ ସମ୍ମାନ ଓ ମର୍ଯ୍ୟାଦା ବଜାୟ ରଖିବା ନେଇ ସାଧାରଣରେ ଆଲୋଚନା ବେଳେ ନେତାମାନେ ଦେଇଥିବା ପରାମର୍ଶକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ କ'ଣ ପଦକ୍ଷେପ ନିଆଯାଇଛି ବୋଲି କମିସନ ଖଡଗେଙ୍କୁ ପଚାରିଛନ୍ତି।

ଗତ ମାସରେ କଂଗ୍ରେସ ନେତା ରଣଦୀପ ସୁରଜେୱାଲାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଭିଡିଓରେ ସୁରଜେୱାଲା ମଥୁରା ସାଂସଦ ହେମା ମାଳିନୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିଲେ। ବିଜେପି ଏହାକୁ ଅପମାନଜନକ ଏବଂ ମହିଳା ବିରୋଧୀ ମନ୍ତବ୍ୟ ବୋଲି କହି ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe