EC notice to Prashant Kishore: ପ୍ରଶାନ୍ତ କିଶୋରଙ୍କୁ ଇସି ନୋଟିସ୍‌: ଦୁଇଟି ରାଜ୍ୟରେ ଭୋଟର ତାଲିକାଭୁକ୍ତ ଅଭିଯୋଗ

ଭାରତୀୟ ନିର୍ବାଚନ କମିସନ (ଇସିଆଇ) ଆଜି ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ତଥା ପୂର୍ବତନ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ  କାରଣଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ବିହାର ଓ ପଶ୍ଚିମବଙ୍ଗର ଦୁଇ ଭିନ୍ନ ନିର୍ବାଚନ ମଣ୍ଡଳୀରେ ଭୋଟର ଭାବେ ସେ ନାମ ଲେଖାଇଥିବା ଅଭିଯୋଗ ଉଠିଛି।

prasant kishor

Photograph: (sambad)

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିସନ (ଇସିଆଇ) ଆଜି ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ତଥା ପୂର୍ବତନ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ  କାରଣଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ବିହାର ଓ ପଶ୍ଚିମବଙ୍ଗର ଦୁଇ ଭିନ୍ନ ନିର୍ବାଚନ ମଣ୍ଡଳୀରେ ଭୋଟର ଭାବେ ସେ ନାମ ଲେଖାଇଥିବା ଅଭିଯୋଗ ଉଠିଛି। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍) ସମୟରେ ଏହି ଅନିୟମିତତା ପ୍ରକାଶ ପାଇଛି।

ନୋଟିସ୍ ଅନୁଯାୟୀ, ପ୍ରଶାନ୍ତ କିଶୋର ଜନପ୍ରତିନିଧି ଆଇନ, ୧୯୫୦ର ଧାରା ୧୭ର ଉଲ୍ଲଂଘନ କରିଛନ୍ତି। ଏହି ଧାରାରେ କୌଣସି ବ୍ୟକ୍ତି ଏକାଧିକ ନିର୍ବାଚନ ମଣ୍ଡଳୀରେ ଭୋଟର ଭାବେ ନାମ ଲେଖାଇ ପାରିବେ ନାହିଁ। ବିହାରର  ସାସାରାମର ରୋହତାସରେ ଭୋଟର ତାଲିକାରେ ତାଙ୍କ ନାମ ରହିଛି (ଇପିଆଇସି ନମ୍ବର ୧୦୧୩୧୨୩୭୧୮)। ସେହିଭଳି ପଶ୍ଚିମବଙ୍ଗର ଭବାନୀପୁର ଆସନରେ ମଧ୍ୟ ଏକ ବୁଥ୍‌ରେ ତାଙ୍କ ନାମ ରହିଛି।  ଧାରା ୩୧ ଅନୁଯାୟୀ, ଦୁଇଟି ସ୍ଥାନରୁ ଭୋଟର କାର୍ଡ ହାସଲ କରିବା ପାଇଁ ୧ ବର୍ଷ ଜେଲ ବା ଜରିମାନା ବା ଉଭୟ ଦଣ୍ଡ ନିମନ୍ତେ ଯୋଗ୍ୟ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe