Sentinel Assam
ନୂଆଦିଲ୍ଲୀ : ନିର୍ବାଚନ ଖର୍ଚ୍ଚ ତାଲିକାରେ ଅପରାଧିକ ପୃଷ୍ଠଭୂମି ସମ୍ପର୍କିତ ବିଜ୍ଞାପନ ଖର୍ଚ୍ଚର ବିବରଣୀ ମଧ୍ୟ ଦେବାକୁ ପଡ଼ିବ। ଏନେଇ ଭାରତୀୟ ନିର୍ବାଚନ କମିସନ୍ଙ୍କ ଦ୍ବାରା ନୂଆ ଫର୍ମାଟ୍ ଜାରି କରାଯାଇଛି। ଗତ ବର୍ଷ ସେପ୍ଟେମ୍ବର ୨୫ରେ ସୁପ୍ରିମକୋର୍ଟ ଅଭିଯୁକ୍ତଙ୍କୁ ନିର୍ବାଚନ ନିଷିଦ୍ଧ ସମ୍ପର୍କିତ ଏକ ଜନସ୍ବାର୍ଥ ମାମଲାର ରାୟ ପ୍ରଦାନ କରିବା ବେଳେ ପ୍ରାର୍ଥୀମାନଙ୍କ ଅପରାଧିକ ରେକର୍ଡର ବିବରଣୀ ଖବରକାଗଜ ଓ ଟିଭି ଚ୍ୟାନେଲରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରାର୍ଥିପତ୍ର ଦାଖଲ କରିବା ପରେ ଅତିକମ୍ରେ ପ୍ରାର୍ଥୀଙ୍କ ଅପରାଧ ରେକର୍ଡ ନେଇ ତିନୋଟି ବିଜ୍ଞାପନ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଏହି ନିେର୍ଦ୍ଦଶକୁ ଚଳିତ ଲୋକସଭା ନିର୍ବାଚନରେ ଲାଗୁ କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ କିଛି ପ୍ରାର୍ଥୀମାନେ ସେମାନଙ୍କ ଅପରାଧିକ ପୃଷ୍ଠଭୂମି ସମ୍ପର୍କିତ ବିଜ୍ଞାପନ ଖବରକାଗଜ, ରେଡିଓ ଓ ଟିଭି ମାଧ୍ୟମରେ ଦେଇଥିଲେ। ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ବାରା ପ୍ରାର୍ଥୀମାନଙ୍କର ଅପରାଧିକ ରେକର୍ଡର ସୂଚନା ପ୍ରକାଶ କରିବା ସମ୍ପର୍କିତ ଖର୍ଚ୍ଚ ପାଇଁ ଫର୍ମାଟରେ ଗୋଟିଏ ଅଲଗା ସ୍ତମ୍ଭ ରଖାଯାଇଛି। ତେବେ ଦେଶର ସମସ୍ତ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇ କୁହାଯାଇଛି ଯେ ଲୋକପ୍ରତିନିଧି ଆଇନ ୧୯୫୧ ର ଧାରା ୭୮ ଅନ୍ତର୍ଗତ ସମସ୍ତ ଦଳମାନଙ୍କର ନିର୍ବାଚନୀ ଖର୍ଚ୍ଚର ଆନୁମାନିକ ହିସାବ ନିର୍ବାଚନର ଫଳାଫଳ ଆସିବାର ଗୋଟିଏ ମାସ ଭିତରେ ଦାଖଲ କରିବା ଅନିବାର୍ଯ୍ୟ । ରାଜନୈତିକ ଦଳମାନେ ବିଧାନସଭାର ନିର୍ବାଚନର ଖର୍ଚ୍ଚ ବିବରଣୀ ୭୫ ଦିନ ମଧ୍ୟରେ ଓ ଲୋକସଭା ନିର୍ବାଚନର ଖର୍ଚ୍ଚ ବିବରଣୀ ୯୦ ଦିନ ମଧ୍ୟରେ ଦେବାକୁ ପଡ଼ିବ। ଏଥିରେ ରାଜନୈତିକ ଦଳ ଗୁଡ଼ିକ ଅପରାଧିକ ପୃଷ୍ଠଭୂମିର ପ୍ରଚାରରେ କାରଯାଇଥିବା ଖର୍ଚ୍ଚ ବିବରଣୀ ସାମିଲ କରିବାକୁ ପଡ଼ିବ।
Follow Us