ରାଜନୈତିକ ଦଳର ପଞ୍ଜୀକରଣ ରଦ୍ଦ ଅଧିକାର ମିଳୁ

ସୁପ୍ରିମକୋର୍ଟଙ୍କୁ ନିର୍ବାଚନ କମିସନଙ୍କ ଆବେଦନ

ରାଜନୈତିକ ଦଳର ପଞ୍ଜୀକରଣ ରଦ୍ଦ ଅଧିକାର ମିଳୁ

ନୂଆଦିଲ୍ଲୀ : ରାଜନୈତିକ ଦଳଗୁଡ଼ିକର ପଞ୍ଜୀକରଣ ରଦ୍ଦ କରିବା ପାଇଁ କ୍ଷମତା ଦେବାକୁ ଆଜି ମୁଖ୍ୟ ନିର୍ବାଚନ କମିସନ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଛନ୍ତି। ଅପରାଧିକ ମାମଲାରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କୁ ରାଜନୈତିକ ଦଳ ଗଠନ କରିବାକୁ ବାରଣ କରାଯିବାକୁ ଆଇନଜୀବୀ ଅମିତ୍‌ ଶର୍ମା କରିଥିବା ଜନସ୍ୱାର୍ଥ ମାମଲାକୁ ସମର୍ଥନ କରି କମିସନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବିଭିନ୍ନ ଆପରାଧିକ ମାମଲାରେ ଅଭିଯୁକ୍ତଙ୍କୁ କିଭଳି ରାଜନୈତିକ ଦଳ ଗଠନ କରିବାର ଅନୁମତି ମିଳୁଛି ବୋଲି ଆଇନଜୀବୀ ଶର୍ମା ପ୍ରଶ୍ନ କରିଥିଲେ। ଏଥି ସହିତ ନିର୍ବାଚନ କମିସନ ସଂପୃକ୍ତ ଦଳଗୁଡ଼ିକର ପଞ୍ଜୀକରଣ କାହିଁକି ରଦ୍ଦ କରିପାରିବେନି ବୋଲି ପଚାରିଥିଲେ। ଅପରପକ୍ଷେ, କେବଳ ରାଜନୈତିକ ଦଳର ପଞ୍ଜୀକରଣ ଅଧିକାର କମିସନଙ୍କ ନିକଟରେ ଥିବା ବେଳେ ରଦ୍ଦ ଅଧିକାର ନାହିଁ। ସେହିଭଳି ୧୯୫୧ ମସିହା ଜନ ପ୍ରତିନିଧି ଆଇନରେ ମଧ୍ୟ ରାଜନୈତିକ ଦଳଗୁଡ଼ିକର ପଞ୍ଜୀକରଣ ରଦ୍ଦ ସମ୍ପର୍କରେ କୌଣସି ତଥ୍ୟ ନାହିଁ। ତେବେ ବିଗତ ୨୦ ବର୍ଷ ହେଲା ଏହି ଆଇନ୍‌ରେ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାରଙ୍କୁ ଲେଖା ଯାଇଥିବା ବେଳେ ସରକାରଙ୍କ ପକ୍ଷରୁ କୌଣସି ଜବାବ ମିଳିପାରିନାହିଁ ବୋଲି ନିର୍ବାଚନ କମିସନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe