ଚଳିତ ବର୍ଷ ନିର୍ବାଚନ ଶେଷ ବେଳକୁ ରେକର୍ଡ ଭାଙ୍ଗିବ ଜବତ ହୋଇଥିବା ଟଙ୍କା, ଦେଶର ବିଭିନ୍ନ ରାଜ୍ୟରୁ ଏପର୍ଯ୍ୟନ୍ତ ଜବତ ହେଲାଣି ୨,୬୨୮ କୋଟି ୪୩ ଲକ୍ଷ ଟଙ୍କା 

Advertisment
ଚଳିତ ବର୍ଷ ନିର୍ବାଚନ ଶେଷ ବେଳକୁ ରେକର୍ଡ ଭାଙ୍ଗିବ ଜବତ ହୋଇଥିବା ଟଙ୍କା, ଦେଶର ବିଭିନ୍ନ ରାଜ୍ୟରୁ ଏପର୍ଯ୍ୟନ୍ତ ଜବତ ହେଲାଣି ୨,୬୨୮ କୋଟି ୪୩ ଲକ୍ଷ ଟଙ୍କା 

ନୂଆଦିଲ୍ଲୀ : ଦେଶରେ ଜାରି ରହିଛି ଲୋକସଭା ନିର୍ବାଚନ । ଏହା ସହିତ ବିଭିନ୍ନ ସ୍ଥାନରେ ନିର୍ବାଚନ କମିଶନଙ୍କ ଟିମର ଚଢଉ ବି ଜାରି ରହିଛି । ଏହା ମଧ୍ୟରେ ଯେଉଁ ତଥ୍ୟ ଆସୁଛି ତାହା ବେଶ୍ ଚିନ୍ତାଜନକ । ବ୍ୟାପକ ଚଢାଉରେ ୧୭ ଅପ୍ରେଲ ସୁଦ୍ଧା ଦେଶର ବିଭିନ୍ନ ରାଜ୍ୟରୁ ୨ ହଜାର ୬ ଶହ ୨୮ କୋଟି ୪୩ ଲକ୍ଷ ଟଙ୍କା ସହିତ ନିଷିଦ୍ଧ ସାମଗ୍ରୀ ଜବତ ହୋଇଛି ।  ଜବତ ଟଙ୍କା ମଧ୍ୟରୁ କେବଳ ୬୯୪ କୋଟି ୫୦ ଲକ୍ଷ ହେଉଛି ନଗଦ ଟଙ୍କା । ଗୁଜୁରାଟରୁ ଜବତ ହୋଇଛି ସର୍ବାଧିକ ୫୪୩ କୋଟି । ଏହା ପଛକୁ ରହିଛି ତାମିଲନାଡୁ । ଏଠାରୁ ୫୧୪ କୋଟି ଜବତ ହୋଇଛି।

ଭୋଟ ପାଇଁ ଉଡୁଛି ଟଙ୍କା । ଚଳିତ ବର୍ଷ ରେକର୍ଡ ଭାଙ୍ଗିବ ଜବତ ହୋଇଥିବା ଟଙ୍କା । ବିଭିନ୍ନ ରାଜନୈତିକ ଦଳ ବର୍ତମାନ ଭୋଟରଙ୍କୁ କିଣିବା ପାଇଁ ଚେଷ୍ଟା କରୁଥିିବା ବେଳେ ଉପହାରରେ ଦିଆଯାଉଛି ଟଙ୍କା, ସୁନା ଅନ୍ୟାନ୍ୟ ଅତ୍ୟାଧୁନିକ ସାମଗ୍ରୀ  । ଯାହାକି ନିର୍ବାଚନ ଆଚରଣ ବିଧିର ସଂପୂର୍ଣ୍ଣ ଉଲଙ୍ଘନ ହେଉଛି । ତେବେ ୨୦୧୪ କଥାକୁ ବିଚାରକୁ ନେଲେ ସେ ସମୟରେ ୧୨୦୦ କୋଟି ଟଙ୍କା ଜବତ ହୋଇଥିଲା । କିନ୍ତୁ ଚଳିତ ବର୍ଷ ଅର୍ଥାତ୍ ୨୦୧୯ ନିର୍ବାଚନରେ ବର୍ତମାନ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳକୁ ଏହି ରାଶି ବୃଦ୍ଧି ପାଇଁ ୨୬୦୦ କୋଟି ହୋଇଛି ।

ଆଗକୁ ଆହୁରି ବାକି ଅଛି ୫ଟି ପର୍ଯ୍ୟାୟ ନିର୍ବାଚନ । ପ୍ରତିଦିନ ଅଧିକରୁ ଅଧିକ ନଗଦ ଟଙ୍କା ଜବତ ହେଉଥିବାରୁ ନିର୍ବାଚନ ଶେଷ ବେଳକୁ ଏହି ପରିମାଣ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି । ଚାରିଆଡେ ନିର୍ବାଚନ କମିଶନଙ୍କ ପର୍ଯ୍ୟବେକ୍ଷକ, ସର୍ଭେଲାନ୍ସ ଟିମ୍ ଆୟକର ବିଭାଗ ଦ୍ୱାରା ଯାଂଚ କରାଯାଉଛି । ବ୍ୟାପକ ଚଢାଉ ସତ୍ୱେ ମିଳିଥିବା ରିପୋର୍ଟ ଅନୁସାରେ ଜଣାପଡିଛି ୧୭ ତାରିଖ ସୁଦ୍ଧା ୨୬୨୮ କୋଟି ୪୩ ଲକ୍ଷ ଟଙ୍କା ସହ ନିଷିଦ୍ଧ ସାମଗ୍ରୀ ଜବତ କରାଯାଇଛି ।  ସେଥିମଧ୍ୟରୁ ୬୯୪ କୋଟି ୫୦ ଲକ୍ଷ ହେଉଛି କେବଳ ନଗଦ ଟଙ୍କା । ଗୁଜୁରାଟରୁ ସର୍ବାଧିକ ୫୪୩ କୋଟି ଟଙ୍କା ଜବତ ହୋଇଥିବା ବେଳେ ତାମିଲନାଡୁରୁ ୫୧୪କୋଟି, ଦିଲ୍ଲୀରୁ ୩୯୦ କୋଟି ଆନ୍ଧ୍ରପ୍ରଦେଶରୁ ୨୧୬ କୋଟି, ପଞ୍ଜାବରୁ ୨୦୯ କୋଟି ଏବଂ ଉତ୍ତରପ୍ରଦେଶରୁ ୧୭୨ କୋଟି ଟଙ୍କା ଜବତ କରାଯାଇଛି ।

ତେବେ ସବୁଠୁ ଅଧିକ ନଗଦ ଟଙ୍କା ଜବତ ହୋଇଛି ତାମିଲନାଡୁରେ । କେବଳ ତାମିଲନାଡୁରେ ଜଣେ ଦଳୀୟ କର୍ମୀଙ୍କ ଘରୁ ଜବତ ହୋଇଥିଲା ୧୧କୋଟି ଟଙ୍କା । ତାମିଲନାଡୁ ପଛକୁ ରହିଛି ଆନ୍ଧ୍ରପଦେଶ । ଆନ୍ଧ୍ରରେ ବର୍ତମାନ ସୁଦ୍ଧା ଜବତ ହୋଇଛି ୧୩୭ କୋଟି ଟଙ୍କା । ଚଳିତବର୍ଷ ନିର୍ବାଚନରେ କେବଳ ଟଙ୍କା ନୁହେଁ ଡର୍ଗ୍ସ ବି ଜବତ ହୋଇଛି । ବର୍ତମାନ ସୁଦ୍ଧା ୧୧୫୨ କୋଟି ଟଙ୍କାର ଡର୍ଗ୍ସ ଜବତ ହୋଇସାରିଛିି । ଗୁଜୁରାଟରେ ସର୍ବାଧିକ ଡର୍ଗ୍ସ ଜବତ ହୋଇଥିବା ବେଳେ ଏହା ପଛକୁ ରହିଛି ପଞ୍ଜାବ । ଗତ ମାର୍ଚ୍ଚ ୨୮ ତାରିଖରେ ଗୁଜୁରାଟର ପୋର ବନ୍ଦରରୁ ୧୦୦ କିଲୋ ଓଜନର ହେରୋଇନ ଜବତ କରିଥିଲା ଭାରତୀୟ କୋଷ୍ଟ ଗାର୍ଡ । ସେହିପରି ସୁନା ୫୧୨ କୋଟି ଟଙ୍କାର ଜବତ ହୋଇଥିବା ବେଳେ ୨୧୮ କୋଟି ଟଙ୍କାର ମଦ ଜବତ ହୋଇଛି । କେବଳ ତାମିଲନାଡୁରେ ୨୯୪ କୋଟି ଟଙ୍କାର ସୁନା ଜବତ ହୋଇଛି । ଉତ୍ତରପ୍ରଦେଶରୁ ୭୧କୋଟି, ମହାରାଷ୍ଟ୍ରରୁ ୪୫ କୋଟି ଏବଂ ଆନ୍ଧ୍ରରୁ ୩୩ କୋଟି ଟଙ୍କାର ସୁନା ଅଳଙ୍କାର ଜବତ ହୋଇଛି ବୋଲି ନିର୍ବାଚନ କମିଶନ ସୂତ୍ରରୁ ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe