Zee India
ନୂଆଦିଲ୍ଲୀ: ରେଳ ଟିକେଟ ଓ ବିମାନ ବୋର୍ଡିଂ ପାସ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଛାପାଯିବା ଘଟଣା ଏବେ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି ନିର୍ବାଚନ କମିଶନ। ଏବଂ ଏହା ଆଦର୍ଶ ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ ବୋଲି ଦର୍ଶାଇ ଏ ସଂପର୍କରେ କାରଣ ଦର୍ଶାଇବା ପାଇଁ ଉଭୟ ରେଳ ମନ୍ତ୍ରାଳୟ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଉପରେ ନୋଟିସ ଜାରି କରିଛନ୍ତି।
Zee Indiaରେଳ ମନ୍ତ୍ରାଳୟ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଉପରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ହୋଇଥିବା ନୋଟିସ୍ରେ କୁହାଯାଇଛି ଯେ ସମଗ୍ର ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁଥିବା କାଳରେ କେଉଁ ପରିସ୍ଥିତିରେ ସେମାନେ ସେମାନଙ୍କର ଟିକେଟ ଓ ବୋର୍ଡିଂ ପାସ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଛାପୁଥିଲେ।
Zee Indiaକାରଣ, ନିର୍ବାଚନ ଆଚରଣ ବିଧି ଅନୁଯାୟୀ ଦେଶର ରାଜକୋଷ ଅର୍ଥରେ କୌଣସି ରାଜନେତାଙ୍କ ଫଟୋ, ନାମ କିମ୍ବା ଦଳର ଚିହ୍ନକୁ ପ୍ରଚାର ପ୍ରସାର କରାଯାଇ ପାରିବ ନାହିଁ। ଏହା ଏକ ଦଣ୍ଡନୀୟ ଅପରାଧ। ତେଣୁ, ଜାରି ହୋଇଥିବା ନୋଟିସର ସନ୍ତୋଷଜନକ ଉତ୍ତର ଯଦି ଆସନ୍ତା ୩ ଦିନ ମଧ୍ୟରେ ନମିଳେ; ତେବେ ରେଳ ମନ୍ତ୍ରାଳୟ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବିରୋଧରେ କଠୋର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରି ଦେଇଛନ୍ତି ନିର୍ବାଚନ କମିଶନ।
Follow Us