ପଶ୍ଚିମବଙ୍ଗ ପୁଲିସ ଉପରେ ନିର୍ବାଚନ କମିସନଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ପୁରୁଲିଆ ଏସପିଙ୍କ ସମେତ ୪ ପୁଲିସ ଅଧିକାରୀଙ୍କୁ ହଟାଇବାକୁ ନିର୍ଦ୍ଦେଶ

ପଶ୍ଚିମବଙ୍ଗ ପୁଲିସ ଉପରେ ନିର୍ବାଚନ କମିସନଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ପୁରୁଲିଆ ଏସପିଙ୍କ ସମେତ ୪ ପୁଲିସ ଅଧିକାରୀଙ୍କୁ ହଟାଇବାକୁ ନିର୍ଦ୍ଦେଶ

The Leaflet

କୋଲକାତା: ପଶ୍ଚିମବଙ୍ଗରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ କମିସନ । କମିସନ ତୁରନ୍ତ ତୁରନ୍ତ ପୁରୁଲିଆ ଏସପି ବଦଳାଇବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ପୁରୁଲିଆ ଏସପିଙ୍କ ସହ ପୂର୍ବ ମେଦିନୀପୁର ଏସଡିପିଓ ଦିବାକର ଦାସ, ଭୂପତି ନଗର ଥାନା ଓଆଇସି ଗୋପାଳ ପାଠକଙ୍କ ବଦଳି ଓ ପୋତାଶପୁର ଥାନା ଓଆଇସି ରାଜୁ କୁଣ୍ଡୁଙ୍କୁ ବଦଳି କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଧିକାରୀମାନଙ୍କୁ ତୁରନ୍ତ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟରୁ ଅଲଗା କରିବାକୁ କମିସନ କଡା ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଧିକାରୀମାନେ ନିର୍ବାଚନ ଡ୍ୟୁଟିରେ ଥାଇ ବି ଏକ ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ କରୁଥିବା ଅଭିଯୋଗ ଆସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କମିସନ ।

ପୁରୁଲିଆ ଏସପି ଓ ପୂର୍ବ ମେଦିନୀପୁର ଏସଡିପିଓ ପଦବୀ ପାଇଁ ୩ ଜଣ ଯୋଗ୍ୟ ଅଧିକାରୀଙ୍କୁ ନେଇ ଏକ ପ୍ୟାନେଲ ଗଠନ କରିବାକୁ ନିର୍ବାଚନ କମିସନ ରାଜ୍ୟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଭୂପତି ନଗର ଥାନା ଓ ପୋଟାସପୁର ଥାନାର ଭାରପ୍ରାପ୍ତ ଅଧିକାରୀ(ଓଆଇସି)ଙ୍କ ପାଇଁ ଯୋଗ୍ୟ ଅଧିକାରୀଙ୍କ ନାମ ପାଇଁ ମଧ୍ୟ ଏକ ପ୍ୟାନେଲ ମଗାଯାଇଛି। ଆସନ୍ତା ୨୦ ତାରିଖ ପୂର୍ବାହ୍ନ ୧୦ଟା ସୁଦ୍ଧା ଏ ସଂକ୍ରାନ୍ତରେ ରିପୋର୍ଟ ଦେବାକୁ ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe