ନିର୍ବାଚନ କମିସନଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ବଦଳିଲେ ପଶ୍ଚିମବଙ୍ଗ ଡିଜିପିଙ୍କ ସମେତ ୬ ରାଜ୍ୟର ଗୃହ ସଚିବ

ନିର୍ବାଚନ କମିସନଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ବଦଳିଲେ ପଶ୍ଚିମବଙ୍ଗ ଡିଜିପିଙ୍କ ସମେତ ୬ ରାଜ୍ୟର ଗୃହ ସଚିବ

ନୂଆଦିଲ୍ଲୀ: ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ୬ଟି ରାଜ୍ୟରେ ଗୃହ ସଚିବଙ୍କୁ ହଟାଇବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପଶ୍ଚିମବଙ୍ଗର ପୁଲିସ ମହାନିର୍ଦ୍ଦେଶକଙ୍କୁ ବି ବଦଳାଯାଇଛି । ସେହିପରି ମିଜୋରାମ ଓ ହିମାଚଳ ପ୍ରଦେଶରେ ସାଧାରଣ ପ୍ରଶାସନ ବିଭାଗର ସଚିବଙ୍କୁ ମଧ୍ୟ ହଟାଇ ଦିଆଯାଇଛି।

ପଶ୍ଚିମବଙ୍ଗର ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ହଟାଇବା ପାଇଁ ନିର୍ବାଚନ ଆୟୋଗ ମଧ୍ୟ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ନିର୍ବାଚନ ଆୟୋଗ ବୃହନମୁମ୍ବାଇ ମ୍ୟୁନିସିପାଲିଟି କମିଶନର ଇକବାଲ ସିଂ ଚହଲ ଏବଂ ଅତିରିକ୍ତ କମିଶନର ଏବଂ ଡେପୁଟି କମିଶନରଙ୍କୁ ମଧ୍ୟ ହଟାଇଦେଇଛନ୍ତି ।

ଏହି ସାତଟି ରାଜ୍ୟରୁ ହଟାଇ ଦିଆଯାଇଥିବା ଅଧିକାରୀମାନେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଦାୟିତ୍ୱରେ ଥିଲେ, ଯେଉଁମାନେ ନିର୍ବାଚନ ପ୍ରକ୍ରିୟା ସମୟରେ ବିଶେଷକରି ଆଇନ ଶୃଙ୍ଖଳା ସୁରକ୍ଷା ବଳ ମୁତୟନରେ ଆବଶ୍ୟକ ନିରପେକ୍ଷତା ଅବଲମ୍ବନ କରିବା ନେଇ ସଂଦେହର ଅବକାଶ ଥିଲା । ନିର୍ବାଚନ ଆୟୋଗ ୨୦୧୬ ବିଧାନସଭା ନିର୍ବାଚନ ଏବଂ ୨୦୧୯ ଲୋକସଭା ନିର୍ବାଚନ ସମୟରେ ପଶ୍ଚିମବଙ୍ଗ ଡିଜିପିଙ୍କୁ ସକ୍ରିୟ ନିର୍ବାଚନ ଦାୟିତ୍ୱରୁ ହଟାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe