ଏହି କାରଣରୁ କେଜ୍ରିଓ୍ବାଲଙ୍କୁ ନୋଟିସ ଜାରି କଲେ ନିର୍ବାଚନ କମିସନ

ହରିୟାଣା ସରକାରଙ୍କ ବିରୋଧରେ ଆଣିଥିବା ଅଭିଯୋଗର ପ୍ରମାଣ ଉପସ୍ଥାପନ କରିବାକୁ କେନ୍ଦ୍ର ନିର୍ବାଚନ କମିସନ ଆମ୍ ଆଦମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

kejri

ନୂଆଦିଲ୍ଲୀ: ହରିୟାଣା ସରକାରଙ୍କ ବିରୋଧରେ ଆଣିଥିବା ଅଭିଯୋଗର ପ୍ରମାଣ ଉପସ୍ଥାପନ କରିବାକୁ କେନ୍ଦ୍ର ନିର୍ବାଚନ କମିସନ ଆମ୍ ଆଦମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ କେଜ୍ରିୱାଲ ହରିୟାଣା ସରକାର ଯମୁନା ନଦୀର ପାଣିକୁ ବିଷାକ୍ତ କରୁଥିବା ଅଭିଯୋଗ କରିଥିଲେ। ନିର୍ବାଚନ କମିସନ କେଜ୍ରିୱାଲଙ୍କୁ ତାଙ୍କ ବୟାନର ପ୍ରମାଣ ଦେବାକୁ କହିଛନ୍ତି। ଆସନ୍ତାକାଲି (ଜାନୁଆରୀ ୨୯, ୨୦୨୫) ରାତି ୮ଟା ପର୍ଯ୍ୟନ୍ତ ସେମାନଙ୍କୁ ଜବାବ ଦାଖଲ ପାଇଁ ସମୟ ଦିଆଯାଇଛି।

ଦୁଇଦିନ ତଳେ ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଥିଲେ ଯେ ହରିୟାଣା ସରକାର ଯମୁନାରେ ଶିଳ୍ପ ବର୍ଜ୍ୟବସ୍ତୁ ମିଶାଉଛନ୍ତି, ଯେଉଁକାରଣରୁ ଦିଲ୍ଲୀର ଜଳ ପ୍ରଦୂଷିତ ହେଉଛି। ଏହି ବୟାନ ପରେ ବିଜେପି ଓ ଆପ୍ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି। ନିର୍ବାଚନ ଆୟୋଗ ଏହି ବୟାନକୁ ଗମ୍ଭୀରତାର ସହ ନେଇ ନିର୍ବାଚନ ସମୟରେ ଏଭଳି ଅଭିଯୋଗ ପାଇଁ ଯଥେଷ୍ଟ ପ୍ରମାଣ ଉପସ୍ଥାପନ କରିବା ଜରୁରୀ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe