ଭୋଟଚୋରି ଅଭିଯୋଗ ମିଛ, ଆମକୁ କଳଙ୍କିତ କରିବାକୁ ଚେଷ୍ଟା କରାଯାଉଛି  : ନିର୍ବାଚନ କମିସନ

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଦ୍ବାରା ଅଣାଯାଇଥବା ଭୋଟଚୋରି ଆରୋପ ଉପରେ ଜବାବ ରଖିଛନ୍ତି ଭାରତର ନିର୍ବାଚନ କମିସନ । କମିସନ କହିଛନ୍ତି ଯେ ଭୋଟଚୋରି ଅଭିଯୋଗ ଭିତ୍ତିହୀନ ଓ ଏହା ମାଧ୍ୟମରେ କମିସନଙ୍କୁ କଳଙ୍କିତ କରିବାକୁ ଚେଷ୍ଟା କରାଯାଉଛି।

New Project (17)

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଦ୍ବାରା ଅଣାଯାଇଥବା ଭୋଟଚୋରି ଆରୋପ ଉପରେ ଜବାବ ରଖିଛନ୍ତି ଭାରତର ନିର୍ବାଚନ କମିସନ । କମିସନ କହିଛନ୍ତି ଯେ ଭୋଟଚୋରି ଅଭିଯୋଗ୍ୟ ଭିତ୍ତିହୀନ ଓ ଏହା ମାଧ୍ୟମରେ କମିସନଙ୍କୁ କଳଙ୍କିତ କରିବାକୁ ଚେଷ୍ଟା କରାଯାଉଛି।

ଏକ ସାମ୍ବାଦିକ ସମ୍ମିଳନୀରେ କମିସନ କହିଛନ୍ତି ଯେ ନିର୍ବାଚନ କମିସନଙ୍କ ନିକଟରେ ପଂଜୀକରଣ ସହ ସବୁ ରାଜନୈତିକ ଦଳଙ୍କ ଜନ୍ମ ହୋଇଥାଏ। ଏଣୁ କମିସନ କିପରି କାହା ପ୍ରତି ପକ୍ଷପାତ କରିପାରିବେ ? ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର କହିଛନ୍ତି ଯେ ଗତ ୨ ଦଶନ୍ଧି ଧରି ପ୍ରତ୍ୟେକ ରାଜନୈତିକ ଦଳ ଭୋଟର ତାଲିକାରେ ସଂଶୋଧନ ଲାଗି ଦାବି କରିଆସୁଛନ୍ତି । ଏଥିପାଇଁ କମିସନ ଭୋଟର ତାଲିକାରେ ସ୍ବତନ୍ତ୍ର ତ୍ବରିତ ସମୀକ୍ଷା (ଏସଆଇଆର) ବିହାରରୁ ଆରମ୍ଭ କରିଛନ୍ତି ।

କମିସନ କହିଛନ୍ତି ଯେ ଭୋଟ ପୂର୍ବରୁ ଭୋଟର ତାଲିକା ସଂଶୋଧନ ପାଇଁ ସମୟ ଦିଆଯାଇଥାଏ । ଭୋଟ ପରେ ମଧ୍ୟ କୌଣସି ପ୍ରକାର ଅନିୟମିତତା ପାଇଁ ୪୫ ଦିନ ମଧ୍ୟରେ କୋର୍ଟରେ ଅଭିଯୋଗ କରାଯାଇପାରିବ । ଏପରି ନ କରି କେତେକ ଦଳ ରାଜନୈତିକ ଲାଭ ପାଇଁ ଭୋଟଚୋରି ପରି ଭୁଲ ଶବ୍ଦ ବ୍ୟବହାର କରି ଲୋକମାନଙ୍କୁ ଭ୍ରମିତ କରିବାକୁ ଉଦ୍ୟମ କରାଯାଉଛି । 

ଜ୍ଞାନେଶ କୁମାର କହିଛନ୍ତି, "ଏହା ଗମ୍ଭୀର ଚିନ୍ତାର ବିଷୟ ଯେ କିଛି ଦଳ ଏବଂ ସେମାନଙ୍କ ନେତାମାନେ ବିହାରରେ ଏସଆଇଆର ବିଷୟରେ ଭୁଲ ସୂଚନା ପ୍ରସାର କରୁଛନ୍ତି। ବିହାର ଏସଆଇଆରରେ ଅନିୟମିତତା ଦୂର ପାଇଁ ଆହୁରି ୧୫ ଦିନ ବାକି ଅଛି। ଭୂମିଗତ ବାସ୍ତବତାକୁ ଅଣଦେଖା କରି ଭ୍ରମ ପ୍ରସାର କରିବାକୁ ଚେଷ୍ଟା କରାଯାଉଛି। ନିର୍ବାଚନ କମିସନଙ୍କ ଦ୍ୱାର ସମସ୍ତଙ୍କ ପାଇଁ ସମାନ ଭାବରେ ଖୋଲା। ବୁଥ୍ ସ୍ତରୀୟ ଅଧିକାରୀ ଏବଂ ଏଜେଣ୍ଟମାନେ ସ୍ୱଚ୍ଛ ଭାବରେ ଏକାଠି କାମ କରୁଛନ୍ତି।"

କମିସନ କହିଛନ୍ତି ଯେ ଭୋଟ ପୂର୍ବରୁ ଭୋଟର ତାଲିକା ସଂଶୋଧନ ପାଇଁ ସମୟ ଦିଆଯାଇଥାଏ । ଭୋଟ ପରେ ମଧ୍ୟ କୌଣସି ପ୍ରକାର ଅନିୟମିତତା ପାଇଁ ୪୫ ଦିନ ମଧ୍ୟରେ କୋର୍ଟରେ ଅଭିଯୋଗ କରାଯାଇପାରିବ । ଏପରି ନ କରି କେତେକ ଦଳ ରାଜନୈତିକ ଲାଭ ପାଇଁ ଭୋଟଚୋରି ପରି ଭୁଲ ଶବ୍ଦ ବ୍ୟବହାର କରି ଲୋକମାନଙ୍କୁ ଭ୍ରମିତ କରିବାକୁ ଉଦ୍ୟମ କରାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe