ଟିକାକରଣ ଜୋରସୋରରେ କର, ୫ଟି ରାଜ୍ୟକୁ ଏଭଳି ଚିଠି ଲେଖିଲେ ନିର୍ବାଚନ ଆୟୋଗ

Advertisment
ଟିକାକରଣ ଜୋରସୋରରେ କର, ୫ଟି ରାଜ୍ୟକୁ ଏଭଳି ଚିଠି ଲେଖିଲେ ନିର୍ବାଚନ ଆୟୋଗ

photo-indian express

ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ କୋଭିଡ-୧୯ ଟିକାକରଣର ଗତିକୁ ତ୍ୱରାନ୍ୱିତ କରିବାକୁ କହି ପାଞ୍ଚଟି ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖିଛନ୍ତି। ଆଜି ଭାରତର ନିର୍ବାଚନ ଆୟୋଗ ନିର୍ବାଚନ ହେବାକୁ ଥିବା ପାଞ୍ଚଟି ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି। ନିର୍ବାଚନ ଆୟୋଗ ନିକଟରେ ପଞ୍ଜାବ,ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ମଣିପୁର ଏବଂ ଗୋଆ ଗସ୍ତରେ ଯାଇ ନିର୍ବାଚନକୁ ନେଇ ରାଜ୍ୟଗୁଡିକର ପ୍ରସ୍ତୁତିର ଆକଳନ କରିଛନ୍ତି। ଆଉ କୁହାଯାଉଛି ଯେ ଚଳିତ ମାସରେ ନିର୍ବାଚନ ଆୟୋଗ ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି |

ଉତ୍ତରପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ୨୦୨୨ ମସିହା ମେ ମାସରେ ଶେଷ ହେଉଥିବାବେଳେ ଅନ୍ୟାନ୍ୟ ଚାରିଟି ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ମାର୍ଚ୍ଚ ୨୦୨୨ରେ ସମାପ୍ତ ହେଉଛି। କୋଭିଡ-୧୯ର ମାମଲା ବଢୁଥିବା ସତ୍ତ୍ୱେ ପୂର୍ବ ନିର୍ବାଚନ କାର୍ଯ୍ୟସୂଚୀ ଅନୁଯାୟୀ ପାଞ୍ଚଟି ରାଜ୍ୟରେ ନିର୍ବାଚନ ହେବ ବୋଲି ଆଶା କରାଯାଉଛି | ଆଉ ଏଥିପାଇଁ ରାଜନୈତିକ ଦଳଗୁଡ଼ିକ ସମ୍ପୃକ୍ତ ରାଜ୍ୟରେ ଜୋରଦାର ପ୍ରଚାର କରୁଛନ୍ତି।

ତେବେ ନିର୍ବାଚନକୁ ନେଇ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ସରକାର ଏବଂ ନିର୍ବାଚନ ଆୟୋଗଙ୍କୁ ପରାମର୍ଶ ଦେଇଥିଲେ। ତେବେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ସୁଶୀଲ ଚନ୍ଦ୍ର କହିଛନ୍ତି ଯେ ନିର୍ବାଚନ ଠିକ୍ ସମୟରେ ହେଉ ବୋଲି ସମସ୍ତ ରାଜନୈତିକ ଦଳ ଚାହୁଁଛନ୍ତି। ସେହିପରି ପ୍ରଚାର ଓ ଭୋଟଗ୍ରହଣ ସମୟରେ କୋଭିଡ଼-୧୯ ନିୟମାବଳୀକୁ ପାଳନ କରାଯିବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe