ଇନ୍ଧନ କିଣିବାକୁ ପାଖରେ ଟଙ୍କା ନଥିବାରୁ ସ୍କୁଲ ବନ୍ଦ କରିବା ସହ 'ୱାର୍କ ଫ୍ରମ ହୋମ' ଆରମ୍ଭ କଲା ଶ୍ରୀଲଙ୍କା

Advertisment
ଇନ୍ଧନ କିଣିବାକୁ ପାଖରେ ଟଙ୍କା ନଥିବାରୁ ସ୍କୁଲ ବନ୍ଦ କରିବା ସହ 'ୱାର୍କ ଫ୍ରମ ହୋମ' ଆରମ୍ଭ କଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ପଡୋଶୀ ଦେଶ ଶ୍ରୀଲଙ୍କା ଗତ ସାତ ଦଶନ୍ଧି ମଧ୍ୟରେ ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସରକାରଙ୍କ ରାଜକୋଷ ସମ୍ପୂର୍ଣ୍ଣ ଶୂନ୍ୟ ହୋଇଯାଇଛି ଏବଂ ଦ୍ରୁତ ଗତିରେ ବଢ଼ୁଥିବା ମୁଦ୍ରାସ୍ଫୀତି ଯୋଗୁଁ ଦେଶରେ ଅସନ୍ତୋଷ ଦେଖାଦେଇଛି। ଦର ବୃଦ୍ଧି ସହ ଶ୍ରୀଲଙ୍କା ବର୍ତ୍ତମାନ ଇନ୍ଧନର ଘୋର ଅଭାବର ସମ୍ମୁଖୀନ ହୋଇଛି। ତେଲ ପାଇବା ପାଇଁ ଦେଶର ସବୁଆଡେ ହଜାର ହଜାର ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି। ଏହି ସମୟରେ ଶ୍ରୀଲଙ୍କାର ଯବାନମାନେ ସୋମବାର ଦିନ ପେଟ୍ରୋଲ ପାଇଁ ଧାଡି ବାନ୍ଧୁଥିବା ଲୋକଙ୍କୁ ଟୋକେନ୍ ଦେଇଥିଲେ। ଏବେ ଇନ୍ଧନ କିଣିବା ପାଇଁ ଦେଶ ପାଖରେ ଅର୍ଥ ନଥିବାରୁ ଶ୍ରୀଲଙ୍କାରେ ସ୍କୁଲ ବନ୍ଦ କରିଦିଆଯିବା ସହ ଲୋକଙ୍କୁ ଘରୁ ଅଫିସର କାମ କରିବାକୁ କୁହାଯାଉଛି।

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ଖବର ଅନୁଯାୟୀ ଶ୍ରୀଲଙ୍କା ସରକାରଙ୍କ ବୈଦେଶିକ ମୁଦ୍ରା ଭଣ୍ଡାର ସେମାନଙ୍କ ରେକର୍ଡ ସ୍ତରରେ ପହଞ୍ଚିଛି। ୨୨ନିୟୁତ ଜନସଂଖ୍ୟା ବିଶିଷ୍ଟ ଏହି ଦେଶ ଖାଦ୍ୟ, ଔଷଧ ଏବଂ ଜୀବିକା ନିର୍ବାହ ପାଇଁ ଅତ୍ୟାବଶ୍ୟକ ଦ୍ରବ୍ୟର ଆମଦାନୀ ପାଇଁ ମଧ୍ୟ ଦେୟ ଦେବାକୁ ସକ୍ଷମ ନୁହେଁ, ଯେଉଁ କାରଣରୁ ମୁଦ୍ରାସ୍ଫୀତି ଦିନକୁ ଦିନ ରେକର୍ଡ ସ୍ତରରେ ପହଞ୍ଚୁଛି।

ଶ୍ରୀଲଙ୍କାରେ ଇନ୍ଧନର ଅଭାବ ଏବଂ ଏହାକୁ ପାଇବା ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା କେତେ ତାହା ଜଣେ ରିକ୍ସା ଚାଳକ ଶେଲଟନଙ୍କ କଥାବାର୍ତ୍ତାରୁ ଜାଣିହୋଇଛି। ୬୭ବର୍ଷୀୟ ଅଟୋରିକ୍ସା ଚାଳକ କହିଛନ୍ତି ଯେ ମୁଁ ତେଲ କିଣିବା ପାଇଁ ଗତ ଚାରି ଦିନ ଧରି ଲାଇନରେ ଠିଆ ହୋଇଛି। ଏଥିପାଇଁ ମୁଁ ସଠିକ୍ ଭାବରେ ଶୋଇପାରୁ ନାହିଁ କିମ୍ବା ଖାଦ୍ୟ ଖାଇ ନାହିଁ। ଶେଲଟନ୍ କହିଛନ୍ତି ଯେ ଏଠାରେ ପ୍ରତ୍ୟେକ ବୁନ୍ଦା ଇନ୍ଧନ ପାଇଁ ଏକ ପ୍ରତିଯୋଗିତା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe