ଅର୍ଥନୈତିକ ସର୍ଭେ : ଦେଶରେ ବଢିଛି ନିଯୁକ୍ତି ସୁଯୋଗ

Advertisment
ଅର୍ଥନୈତିକ ସର୍ଭେ : ଦେଶରେ ବଢିଛି ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ରୋଜଗାର ପ୍ରସଙ୍ଗରେ ମୋଦୀ ସରକାର ସମାଲୋଚନାର ସମ୍ମୁଖୀନ ହେଉଥିବାବେଳେ ଅର୍ଥନୈତିକ ସର୍ଭେରେ ନିଯୁକ୍ତିକୁ ନେଇ ଏକ ସକାରାତ୍ମକ ଚିତ୍ର ଉପସ୍ଥାପନ କରାଯାଇଛି ।

ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ତଥ୍ୟ ମାଧ୍ୟମରେ ଦର୍ଶାଇଛି ଯେ ଛୋଟରୁ ବଡ଼ କଂପାନିଗୁଡ଼ିକରେ ନୂତନ ନିଯୁକ୍ତି ବୃଦ୍ଧି ପାଇଛି। ଏଥିସହିତ କୃଷି କ୍ଷେତ୍ରରେ ମଧ୍ୟ ଲୋକଙ୍କୁ କାମ ମିଳିଛି। ଏହା ଫଳରେ ପ୍ରବାସ ହ୍ରାସ ପାଇଛି। ଅର୍ଥନୈତିକ ସର୍ବେକ୍ଷଣ ଅନୁଯାୟୀ, ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ତ୍ରୈମାସିକ ଶ୍ରମଶକ୍ତି ସର୍ଭେ ସହରାଞ୍ଚଳ ନିଯୁକ୍ତି ଏବଂ ଗ୍ରାମୀଣ ଭାରତ ସମେତ ସମଗ୍ର ଦେଶ ପାଇଁ ବାର୍ଷିକ ତଥ୍ୟ ପ୍ରଦାନ କରିଥାଏ। ଏହି ସର୍ବେକ୍ଷଣରୁ ଜଣାପଡିଛି ଯେ କୃଷି କ୍ଷେତ୍ରରେ ନିଯୁକ୍ତି ବୃଦ୍ଧି ଯୋଗୁଁ ବିପରୀତ ସ୍ଥାନାନ୍ତର ହୋଇଛି । ଅର୍ଥାତ୍ ଲୋକମାନେ ସହରରୁ ଗାଁକୁ ଫେରିଛନ୍ତି। ଏଥିସହିତ ଗ୍ରାମୀଣ ଭାରତର ଶ୍ରମଶକ୍ତିରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଛି।

ଶିଳ୍ପକ୍ଷେତ୍ରରେ ନିଯୁକ୍ତି ବଢିଛି

ଏହି ସର୍ଭେରେ ପାଖାପାଖି ୨.୦ ଲକ୍ଷ ଭାରତୀୟ କାରଖାନାରେ କାମ କରୁଥିବା ଲୋକଙ୍କ ତଥ୍ୟ ରହିଛି। ୨୦୧୩-୧୪ରୁ ୨୦୨୧-୨୨ ମଧ୍ୟରେ କାରଖାନାଗୁଡ଼ିକରେ ମୋଟ ନିଯୁକ୍ତି ସଂଖ୍ୟା ବାର୍ଷିକ ୩.୬% ବୃଦ୍ଧି ପାଇଛି। ସନ୍ତୋଷଜନକ କଥା ହେଉଛି ଶହେରୁ ଅଧିକ ଶ୍ରମିକ ନିୟୋଜିତ କାରଖାନାଗୁଡ଼ିକ ଛୋଟ କାରଖାନା (ଶହେରୁ କମ୍ ଶ୍ରମିକଥିବା) ତୁଳନାରେ ୪.୦% ଦ୍ରୁତ ଗତିରେ ବୃଦ୍ଧି ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe