ଅର୍ଥନୈତିକ ସର୍ଭେ : ୨୦୨୪ରେ ଖରିଫ ଖାଦ୍ୟଶସ୍ୟ ଉତ୍ପାଦନ ୧୬୪୭ ଲକ୍ଷ ମେଟ୍ରିକ ଟନ ଟପିବ

କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ୨୦୨୪-୨୫ ଉପସ୍ଥାପନ କରି କହିଥିଲେ ଯେ ଉତ୍ପାଦକତା ଏବଂ କୃଷି ଆୟ ବୃଦ୍ଧି ଭଳି ସରକାରୀ ପଦକ୍ଷେପ ଦ୍ୱାରା ଭାରତର କୃଷି କ୍ଷେତ୍ର ସାମ୍ପ୍ରତିକ ବର୍ଷଗୁଡ଼ିକରେ ଉଲ୍ଲେଖନୀୟ ସ୍ଥିରତା ଦେଖାଇଛି।

ES

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ୨୦୨୪-୨୫ ଉପସ୍ଥାପନ କରିଛନ୍ତି ।  ବିଭିନ୍ନ ସରକାରୀ ପଦକ୍ଷେପ ଦ୍ବାରା ଭାରତର କୃଷି କ୍ଷେତ୍ର ସାମ୍ପ୍ରତିକ ବର୍ଷଗୁଡ଼ିକରେ ଉଲ୍ଲେଖନୀୟ ସ୍ଥିରତା ଦେଖାଇଛି ବୋଲି ଏଥିରେ କୁହାଯାଇଛି । ଅର୍ଥନୈତିକ ସର୍ଭେରେ ଅଟକଳ କରାଯାଇଛି ଯେ ୨୦୨୪ରେ ଖରିଫ ଶସ୍ୟ ଉତ୍ପାଦନ ୧୬୪୭.୦୫ ଲକ୍ଷ ମେଟ୍ରିକ୍ ଟନ୍ (ଏଲଏମଟି)ରେ ପହଞ୍ଚିବ, ଯାହା ପୂର୍ବ ବର୍ଷ ତୁଳନାରେ ୮୯.୩୭ ଲକ୍ଷ ମେଟ୍ରିକ ଟନ୍ ଅଧିକ। ସମୀକ୍ଷା ଅନୁଯାୟୀ, ଗତ ୧୦ ବର୍ଷ ମଧ୍ୟରେ ବାର୍ଷିକ କୃଷି ଆୟ ୫.୨୩ ପ୍ରତିଶତ ବୃଦ୍ଧି ପାଇଛି।

ଅର୍ଥନୈତିକ ସର୍ବେକ୍ଷଣ ଅନୁଯାୟୀ, 'କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟକଳାପ' ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଅଟେ, ଯାହା ଜାତୀୟ ଆୟ ଏବଂ ନିଯୁକ୍ତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ । ବିଗତ ବର୍ଷଗୁଡ଼ିକରେ ( ୨୦୧୬-୧୭ ଆର୍ଥିକ ବର୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ) କୃଷି କ୍ଷେତ୍ରରେ ବାର୍ଷିକ ହାରାହାରି ୫ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ କୃଷି କ୍ଷେତ୍ରରେ ୩.୫ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଗ୍ରସ ଭାଲ୍ୟୁ ଆଡେଡ୍ (ଜିଭିଏ) ୨୦୧୫ ଆର୍ଥିକ ବର୍ଷରେ ୨୪.୩୮ ପ୍ରତିଶତ ଥିବାବେଳେ ୨୦୨୩ ଆର୍ଥିକ ବର୍ଷରେ ଏହା ୩୦.୨୩ ପ୍ରତିଶତକୁ ବୃଦ୍ଧି ପାଇଛି। ଅର୍ଥନୀତିରେ ସାମଗ୍ରିକ ଜିଭିଏର ୨୦ ପ୍ରତିଶତ ଅଂଶ ସହିତ କୃଷିର କ୍ରମାଗତ ଏବଂ ସ୍ଥିର ଅଭିବୃଦ୍ଧି ପାଖାପାଖି ୫ ପ୍ରତିଶତ, ଜିଭିଏରେ ୧ ପ୍ରତିଶତ ଅଭିବୃଦ୍ଧି ଯୋଗଦାନ କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe