Economic Survey: ଅର୍ଥନୈତିକ ସର୍ଭେ ରିପୋର୍ଟ-୨୦୨୬:'ବିକଶିତ ଭାରତ' ଲକ୍ଷ୍ୟ ସାଧନରେ କୃଷି ଗୁରୁତ୍ବପୂର୍ଣ୍ଣ...

Advertisment

୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବାରେ କୃଷି ଅଭିବୃଦ୍ଧି ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ତେଣୁ ଏ ଦିଗରେ ସଂସ୍କାରକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି

New Project (5)

Economic Survey 2026 Photograph: (sambad.in)

ନୂଆଦିଲ୍ଲୀ: ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବାରେ କୃଷି ଅଭିବୃଦ୍ଧି ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ତେଣୁ ଏ ଦିଗରେ ସଂସ୍କାରକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। 

ଏହା ସହିତ ଜଳବାୟୁ ପ୍ରତିରୋଧକ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବା, ସମବାୟ ସମିତିକୁ ମଜବୁତ କରିବା, କୃଷି ଦ୍ରବ୍ୟଗୁଡ଼ିକର ବଜାର ଏବଂ ପରିବହନ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଜରୁରୀ ସମୟରେ ବଜାର ପରିଚାଳନା ଉପରେ ସରକାର ଧ୍ୟାନ ଦେବାକୁ ଅଥନୈତିକ ସର୍ଭେରେ ପରାମର୍ଶ ଦିଆଯାଇଛି। ବିଶେଷକରି ଦୁଗ୍ଧ, କୁକୁଡ଼ା, ମତ୍ସ୍ୟଚାଷ ଏବଂ ଉଦ୍ୟାନ କୃଷି କ୍ଷେତ୍ର ଦେଶର ଜିଡିପିରେ ଉଲ୍ଲେଖନୀୟ ଅବଦାନ କରି ଆସୁଥିବା ଏହି ସର୍ଭେରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe