ସାଓମି ଉପରେ ଇଡି କାର୍ଯ୍ୟାନୁଷ୍ଠାନ, ଜବତ କଲା ବ୍ୟାଙ୍କ ଖାତାରେ ଥିବା ୫୫୫୧ କୋଟି

Advertisment
ସାଓମି ଉପରେ ଇଡି କାର୍ଯ୍ୟାନୁଷ୍ଠାନ, ଜବତ କଲା ବ୍ୟାଙ୍କ ଖାତାରେ ଥିବା ୫୫୫୧ କୋଟି

ନୂଆଦିଲ୍ଲୀ:  ଚୀନର ମୋବାଇଲ କମ୍ପାନି ସାଓମିକୁ  କାରଣ ଦର୍ଶାଅ ନୋଟିସ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଇଡି ପକ୍ଷରୁ କୁହାଯାଇଛି ଯେ କମ୍ପାନି ପକ୍ଷରୁ କରାଯାଇଥିବା ପ୍ରାୟ ୫,୫୫୧.୨୭ କୋଟି ଟଙ୍କାର କାରବାରରେ ଭାରତୀୟ ବୈଦେଶିକ ମୁଦ୍ରା ଆଇନର ଉଲ୍ଲଂଘନ ହୋଇଛି । ଏହି ଅଭିଯୋଗରେ ଇଡି ପକ୍ଷରୁ ସାଓମି ଇଣ୍ଡିଆ, ଏହାର ବରିଷ୍ଠ ଅଧିକାରୀ ଏବଂ ତିନୋଟି ବ୍ୟାଙ୍କକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

ଏଜେନ୍ସି ଏକ ବିବୃତିରେ କହିଛି ଯେ ବୈଦେଶିକ ମୁଦ୍ରା ପରିଚାଳନା ଆଇନ ଅନୁଯାୟୀ ସାଓମି ଟେକ୍ନୋଲୋଜି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍, ସିଆଇଟିଆଇ ବ୍ୟାଙ୍କ, ଏଚଏସବିସି ବ୍ୟାଙ୍କ ଏବଂ ଡଏଚେ ବ୍ୟାଙ୍କ ଏଜିର ଦୁଇ ଜଣ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ବିଦେଶରେ ରୟାଲଟି ଆଳରେ ଏହି ରାଶିର ବେଆଇନ କାରବାର ପାଇଁ ଫେମା ଆଇନ ଅଧୀନରେ ଥିବା ସାଓମିର ବ୍ୟାଙ୍କ ଆକାଉଣ୍ଟରେ ଥିବା ୫,୫୫୧.୨୭ କୋଟି ଟଙ୍କାକୁ ତଦନ୍ତକାରୀ ଏଜେନ୍ସି ଜବତ କରିଛି ।

ତଦନ୍ତକାରୀ ଏଜେନ୍ସି ର ସୂଚନା ଅନୁଯାୟୀ, ସାଓମି ଇଣ୍ଡିଆ ଦ୍ୱାରା ଅନଧିକୃତ ଉପାୟରେ ଏବଂ ଆଇନକୁ ଉଲ୍ଲଂଘନ କରି ୫,୫୫୧.୨୭ କୋଟି ଟଙ୍କାର ବିଦେଶୀ ମୁଦ୍ରା ଭାରତ ବାହାରକୁ ସ୍ଥାନାନ୍ତର କରାଯାଇଛି । ଫେମା ଆଇନର ଧାରା ୩୭-ଏ ଅନୁଯାୟୀ ଏହାକୁ ଜବତ କରାଯାଇପାରିବ । ଗତ ବର୍ଷ ମଧ୍ୟ ଚୀନର କେତେକ ମୋବାଇଲ କମ୍ପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା ଇଡି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe