ନୂଆଦିଲ୍ଲୀ: ବିଶ୍ୱ ଏବେ କରୋନା ସଂକ୍ରମଣରେ ଲଢ଼ୁଥିବା ବେଳେ ପୁଣି ଏକ ନୂଆ ସଂକ୍ରମଣ ବ୍ୟାପୁଥିବାରୁ ଚିନ୍ତା ବଢିଛି। ଏହି ସଂକ୍ରମଣ ବାୟୁ କିମ୍ବା ଅନ୍ୟ କୌଣସି ଉପାୟରେ ନୁହେଁ ବରଂ ପିଆଜରୁ ବ୍ୟାପୁଥିବା ନେଇ ଚର୍ଚ୍ଚା ଜୋର ଧରିଛି, ଯାହାକୁ ନେଇ ଏବେ ସମସ୍ତେ ଭୟଭୀତ ହୋଇପଡ଼ିଛନ୍ତି। ଦ୍ରୁତଗତିରେ ବୃଦ୍ଧି ପାଉଥିବା ଏହି ଭୂତାଣୁ ସଂକ୍ରମଣକୁ କେମିତି ରୋକାଯାଇ ପାରିବ ସେନେଇ ଆମେରିକା ସରକାର ବୈଠକ ପରେ ବୈଠକ କରୁଛନ୍ତି। ମିଳିଥିବା ସୂଚନା ଅନୁସାରେ ନାଲି ପିଆଜରୁ ଏହି ମାରାତ୍ମକ ସଂକ୍ରମଣ ବ୍ୟାପୁଥିବା କଥା ବର୍ତ୍ତମାନ ସାମ୍ନାକୁ ଆସିଛି।
କାଲିଫର୍ଣ୍ଣିଆରେ ଚାଷ କରାଯାଉଥିବା ଲାଲ୍ ପିଆଜକୁ ସଲମୋନେଲା ସଂକ୍ରମଣର ସମ୍ଭାବ୍ୟ ଉତ୍ସ ଭାବରେ ଚିହ୍ନଟ କରାଯାଇଛି । ଏହା ଦ୍ବାରା ଆମେରିକା ଏବଂ କାନାଡାର ୫୦୦ରୁ ଅଧିକ ଲୋକଙ୍କୁ ରୋଗ ସଂକ୍ରମିତ କରିଛି ବୋଲି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ଆମେରିକାର ୩୪ଟି ରାଜ୍ୟରେ ନିଶ୍ଚିତ ହୋଇଥିବା ମାମଲା ସାମ୍ନାକୁ ଆସିଛି। ଶନିବାର ସୁଦ୍ଧା ଓରେଗନରୁ ୭୧, ଉଟହରୁ ୬୧ ଏବଂ କାଲିଫର୍ଣ୍ଣିଆରୁ ୪୯ ଜଣ ସଂକ୍ରମିତ ହୋଇଥିବା ଆମେରିକାର ଫୁଡ୍ ଆଣ୍ଡ୍ ଡ୍ରଗ ଆଡମିନିଷ୍ଟ୍ରେସନ୍ କହିଛି।
କାନାଡାର ଜନସ୍ୱାସ୍ଥ୍ୟ ଏଜେନ୍ସି ରିପୋର୍ଟ କରିଛି ଯେ ଦେଶରେ ୧୧୪ଟି ସଲମୋନେଲା ମାମଲା ରହିଛି ଏବଂ ଅତି କମରେ ୧୬ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ଯୁକ୍ତରାଷ୍ଟ୍ର ଆମେରିକାରେ ୩୯୬ ରୋଗାକ୍ରାନ୍ତ ହେବା ସହ ୫୯ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରିପୋର୍ଟ କରାଯାଇଛି। କାଲିଫର୍ଣ୍ଣିଆର ବକର୍ସଫିଲ୍ଡର ଉତ୍ପାଦ ଯୋଗାଣକାରୀ ସଂସ୍ଥା ଥମସନ୍ ଇଣ୍ଟରନ୍ୟାସନାଲ୍ ପ୍ରଦୂଷିତ ଲାଲ ପିଆଜର ଉତ୍ସ ଭାବରେ ଚିହ୍ନଟ ହୋଇଛି।
ଏପଡିଏର କହିବା ଅନୁସାରେ, ୩୪ ରାଜ୍ୟରେ ଯେଉଁ ସଂକ୍ରମଣ ବ୍ୟାପିଛି ତାହାର ମୂଳ ନାଲି ପିଆଜ ବୋଲି କୁହାଯାଉଛି। ୧୯ ଜୁନ ଓ ୧୧ ଜୁଲାଇ ମଧ୍ୟରେ ଏହି ମାରାତ୍ମକ ଭୂତାଣୁ ବ୍ୟାପିଥିବା ନେଇ ତଦନ୍ତ ରିପୋର୍ଟରୁ ଜଣାଯାଇଛି । ଆଉ ସେବେଠାରୁ ଲଗାତାର ଭାବରେ ସଂକ୍ରମଣର ମାମଲା ବୃଦ୍ଧି ପାଇବାରେ ଲାଗିଛି। ପିଆଜରୁ ସଂକ୍ରମଣ ବ୍ୟାପୁଥିବା କଥା ଜଣାପଡିବା ପରେ ବିଭିନ୍ନ ସ୍ଥାନରୁ ପିଆଜର ନମୁନା ସଂଗ୍ରହ କରାଯିବା ପାଇଁ ମତ ପ୍ରକାଶ ପାଇଥିବା ନେଇ ସୂଚନା ମିଳିଛି ।
McGill Universityକଣ ରହିଛି ସଂକ୍ରମଣର ଲକ୍ଷଣ ?
୧. ସାନମୋନେଲା ବ୍ୟାକ୍ଟେରିଆରେ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କୁ ଜ୍ୱର ହେବା ସହ ପେଟ ବଥା ହେଉଛି।
୨.ବ୍ୟାକ୍ଟେରିଆ ସଂକ୍ରମିତ ହେବାର ୬ ଘଣ୍ଟାରୁ ୬ ଦିନ ମଧ୍ୟରେ ଲକ୍ଷଣ ଦେଖା ଦେଇପାରେ ।
୩.ସଂକ୍ରମଣ ବଢିଲେ ତାହା ପୂରା ଶରୀରକୁ ସଂକ୍ରମଣ କରିଦେଇପାରେ ।
୪.ମାରାତ୍ମକ ଭୂତାଣୁରେ ୫ବର୍ଷରୁ ଅଧିକ ବର୍ଷର ପିଲା ଓ ୬୫ ବର୍ଷଠାରୁ ଅଧିକ ବୟସ୍କ ଲୋକଙ୍କୁ କ୍ଷତି ପହଞ୍ଚାଇ ପାରେ।
Follow Us