ବାଂଲାଦେଶରେ ୧୦ ହଜାର କୋଟି ଟଙ୍କା ଠକି ଭାରତରେ ଲୁଚିଥିଲେ ଠକକୁ ବାନ୍ଧିଲା ଇଡି

ଭିଭୋର ୪୬୫ କୋଟି ଜବତ; ଆୟର ୫୦% ଚୀନ୍ ପଠାଉଥିଲା: ଇଡି

କୋଲକାତା: ପଶ୍ଚିମବଙ୍ଗର ପ୍ରାୟ ୧୧ଟି ସ୍ଥାନ ଉପରେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରି ଭାରତରେ ବେଆଇନ ଭାବେ ଲୁଚି ରହିଥିବା ୬ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି। ଆଜି ଇଡି ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ହାଲଦାର ଓରଫ ପି.କେ ହାଲଦାରକୁ ଗିରଫ କରିଛି | ଅଭିଯୋଗ ମୁତାବକ ପ୍ରଶାନ୍ତ, ବାଂଲାଦେଶରେ ୧୦୦୦୦ କୋଟି (ଭାରତୀୟ ଟଙ୍କା ୮.୯୪୦ କୋଟି) ଜାଲିଆତି କରିଥିବା ଅଭିଯୋଗ ହୋଇଛି ଏବଂ ନକଲି ଡକ୍ୟୁମେଣ୍ଟ ତିଆରି କରି ଭାରତରେ ଲୁଚି ରହିଥିଲା। ଅଭିଯୁକ୍ତ ପି.କେ ହାଲଦାର ନକଲି ରେସନ କାର୍ଡ, ଭୋଟର କାର୍ଡ, ପାନ କାର୍ଡ, ଆଧାର କାର୍ଡ ଏବଂ ପାସପୋର୍ଟ ମଧ୍ୟ ତିଆରି କରିଥିଲା | ଏହି ଅନୁସନ୍ଧାନରେ ଏଜେନ୍ସି ଜାଣିବାକୁ ପାଇଛି ଯେ ଏହି ନକଲି ଦଲିଲ ଆଧାରରେ ଅଭିଯୁକ୍ତମାନେ ଭାରତରେ କମ୍ପାନି ମଧ୍ୟ ଖୋଲିଛନ୍ତି |

ଏହି କମ୍ପାନିରେ ପ୍ରଶାନ୍ତ ସହ ଆଉ ୫ ଜଣ ଅଭିଯୁକ୍ତ ମଧ୍ୟ ସାମିଲ ଥିଲେ | ସେମାନଙ୍କ ନାମ ସ୍ୱପନ ମୋଇତ୍ରା, ଉତ୍ତମ ମୋଇତ୍ରା, ଇମାମ ହୁସେନ, ଆମନା ସୁଲତାନା, ପରନେସ ହାଲଦାର ହୋଇଥିବାବେଳେ ଏମାନେ ସମସ୍ତେ ବାଂଲାଦେଶୀ ନାଗରିକ ବୋଲି ଜଣାପଡିଛି | ଅନୁସନ୍ଧାନରେ ଏହା ମଧ୍ୟ ଜଣାପଡିଛି ଯେ ମୁଖ୍ୟ ଅଭିଯୁକ୍ତ ପି.କେ ହାଲଦାର ପାଖରେ କେବଳ ବାଂଲାଦେଶ ଏବଂ ଭାରତର ପାସପୋର୍ଟ ନାହିଁ ବରଂ ଅନ୍ୟ ଦେଶର ପାସପୋର୍ଟ ମଧ୍ୟ ରହିଛି | ଇଡିର ସୂଚନା ମୁତାବକ ବାଂଲାଦେଶରେ ଠକେଇ କରିବା ପରେ ଏହି ଟଙ୍କାକୁ ଅନ୍ୟ ଦେଶରେ ଲୁଚାଇ ରଖିଥିଲା ।

ବ୍ୟାଙ୍କ ଠକେଇ କରିବା ପରେ ପ୍ରଶାନ୍ତ ସହଯୋଗୀଙ୍କ ଦେଶରୁ ଫେରାର ହୋଇଯାଇଥିଲା | ଆଉ ପରେ ବାଂଲାଦେଶ ପୁଲିସର ଅନୁରୋଧ ପରେ ଜାନୁଆରୀ ୨୦୨୧ରେ ଇଣ୍ଟରପୋଲ ଅଭିଯୁକ୍ତଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କରିଥିଲା। ତେବେ ବର୍ତ୍ତମାନ ଭାରତରେ ଗିରଫ ହେବା ପରେ ଅଭିଯୁକ୍ତମାନେ କିପରି ଭାରତରେ ପ୍ରବେଶ କରିଛନ୍ତି ଏବଂ କେଉଁମାନେ ନକଲି ଦସ୍ତାବିଜ ପାଇଁ ପ୍ରଶାନ୍ତକୁ ସାହାଯ୍ୟ କରିଥିଲେ ତାହା ଇଡି ତଦନ୍ତ କରୁଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe