ବେଆଇନ ବାଲି ଖନନ ମାମଲାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ପୁତୁରା ଭୂପିନ୍ଦର ସିଂ ଗିରଫ

ବେଆଇନ ବାଲି ଖନନ ମାମଲାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ପୁତୁରା ଭୂପିନ୍ଦର ସିଂ ଗିରଫ

www.republicworld.com

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ପାଇଁ ବଢ଼ିଲା ଅଡୁଆ। ବେଆଇନ ବାଲି ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ପୁତୁରା ଭୂପିନ୍ଦର ସିଂ ହନିଙ୍କୁ ଗିରଫ କରିଛି। ପଚରାଉଚରା ପାଇଁ ଗତକାଲି ଇଡି ଭୂପିନ୍ଦର ସିଂ ହନିଙ୍କୁ ଡକାଇଥିବା ବେଳେ ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଗିରଫ ପରେ ଆଜି ମଧ୍ୟାହ୍ନ ୧୨ଟାରେ ଜଲନ୍ଦର କୋର୍ଟରେ ତାଙ୍କୁ ଇଡି ହାଜର କରିବ।

ବେଆଇନ ବାଲି ଖନନକୁ ନେଇ ପଞ୍ଜାବରେ ଇଡି ଚଢ଼ାଉ କରିଥିବା ବେଳେ ୧୦ କୋଟିରୁ ଅଧିକ ନଗଦ ଟଙ୍କା, ୨୧ ଲକ୍ଷ ମୂଲ୍ୟର ସୁନା ଏବଂ ୧୨ ଲକ୍ଷ ଟଙ୍କା ମୂଲ୍ୟର ରୋଲେକ୍ସ ଘଣ୍ଟା ଜବତ କରାଯାଇଥିଲା। ଏହା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ଦଲିଲ ମଧ୍ୟ ଜବତ କରାଯାଇଥିଲା। ଜବତ ହୋଇଥିବା ଅଧିକାଂଶ ଜିନିଷ ହନିଙ୍କଠାରୁ ଜବତ କରାଯାଇଥିବା କୁହାଯାଉଛି।

ଇଡି ଅନୁଯାୟୀ, ଚଢ଼ାଉ ସମୟରେ ଭୂପିନ୍ଦର ସିଂ ତାଙ୍କ ମୋହାଲି ଘରେ ଉପସ୍ଥିତ ଥିଲେ। ଯେତେବେଳେ ଇଡିର ଅଧିକାରୀମାନେ ତାଙ୍କଠାରୁ ଜବତ ହୋଇଥିବା କୋଟି କୋଟି ଟଙ୍କା ବିଷୟରେ ତାଙ୍କୁ ପଚରାଉଚରା କରିଥିଲେ, ସେ କୌଣସି ବ୍ୟାଙ୍କ ସ୍ଲିପ୍ ଦେଖାଇ ପାରିନଥିଲେ। ଏହା ସହ ଏତେ ଟଙ୍କା କାହାର କିମ୍ବା କେଉଁଠୁ ଆସିଛି ତାହା ମଧ୍ୟ କହିପାରି ନଥିଲେ, ଯାହା ପରେ ତାଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଇଡି ହନି ଏବଂ ତାଙ୍କ କମ୍ପାନିର ଆଉ ଦୁଇଜଣ ନିର୍ଦ୍ଦେଶକଙ୍କୁ ପ୍ରଶ୍ନ ପଚରାଉଚରା କରିଥିଲା ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe