Image Courtesy of The Hindu
ନୂଆଦିଲ୍ଲୀ: ୨୦୦୯ରୁ ୨୦୧୭ ମଧ୍ୟରେ ‘ଏକ୍ସଚେଞ୍ଜ୍’ର କର୍ମଚାରୀମାନଙ୍କର ଫୋନ୍ ବେଆଇନ୍ ଭାବେ ଟ୍ୟାପିଙ୍ଗ୍ ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ମଙ୍ଗଳବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ ‘ନ୍ୟାସ୍ନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍’ର ପୂର୍ବତନ ପରିଚାଳନା ନିର୍ଦେଶକ ରବି ନାରାୟଣଙ୍କୁ ଗିରଫ କରିଥିବା କଥା ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି।
‘ସିବିଆଇ’ କହିବା ଅନୁସାରେ, ଅଭିଯୋଗ ହୋଇଥିଲା ଯେ, ୨୦୦୯-୧୭ ପର୍ଯ୍ୟନ୍ତ ତତ୍କାଳୀନ ଏମ୍. ଡି. ନାରାୟଣ, ତତ୍କାଳୀନ ଡି.ଏମ୍.ଡି. ରାମକୃଷ୍ଣା, ତତ୍କାଳୀନ କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଏବଂ ‘ଏନ୍ଏସ୍ଇ’ ପରିସରର ମୁଖ୍ୟ ଏବଂ ଘରୋଇ କମ୍ପାନି ବେଆଇନ ଭାବେ ‘ଏନ୍ଏସ୍ଇ’ କର୍ମଚାରୀମାନଙ୍କ ଟେଲିଫୋନ୍ ଟ୍ୟାପ୍ କରିବା ଲାଗି ଷଡ଼ଯନ୍ତ୍ର କରିଥିଲେ।
Image Courtesy of The Indian Expressଦିଲ୍ଲୀରେ ଜେରା କରିବା ନିମନ୍ତେ ପ୍ରବର୍ତ୍ତନ ନିର୍ଦେଶାଳୟ ରବି ନାରାୟଣଙ୍କ ନିକଟକୁ ସମନ୍ ପଠାଇଥିଲା। ବିଶେଷସୂତ୍ରରୁ ପ୍ରକାଶ, ପ୍ରବର୍ତ୍ତନ ନିର୍ଦେଶାଳୟ ତଦନ୍ତରେ ରବି ନାରାୟଣ ସହଯୋଗ କରୁ ନ ଥିବାରୁ ତାଙ୍କ ନାମରେ ଥିବା ଅଭିଯୋଗ ଆଧାରରେ ମଙ୍ଗଳବାର ସଂଧ୍ୟା ବେଳେ ତାଙ୍କୁ ଗିରଫ କରାଯାଇଛି। ‘ଏନ୍ଏସ୍ଇ’ର ତତ୍କାଳୀନ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବି ନାରାୟଣ ୧୯୯୪ରୁ ୨୦୧୩ ମଧ୍ୟରେ ‘ଏନ୍ଏସ୍ଇ’ର ବିଭିନ୍ନ ପଦପଦବୀରେ ଥିଲେ।
ପୂର୍ବରୁ ମୁମ୍ବାଇର ପୂର୍ବତନ ପୁଲିସ କମିସନର୍ ସଞ୍ଜୟ ପାଣ୍ଡେଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଥିଲା। ଏହି ମାମଲାରେ ‘ଏନ୍ଏସ୍ଇ’ର ଆଉ ଜଣେ ମୁଖ୍ୟ ଚିତ୍ରା ରାମକୃଷ୍ଣଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ ଜେରା କରିଥିଲା। ସମ୍ପ୍ରତି ସେ ପ୍ରବର୍ତ୍ତନ ନିର୍ଦେଶାଳୟର ହାଜତରେ ଅଛନ୍ତି।
‘ସିବିଆଇ’ ଦାଏର କରିଥିବା ‘ଏଫ୍ଆଇଆର୍’କୁ ଭିତ୍ତି କରି ପ୍ରବର୍ତ୍ତନ ନିର୍ଦେଶାଳୟ ‘ଏନ୍ଏସ୍ଇ’ରେ ହୋଇଥିବା ‘ମନି ଲଣ୍ଡରିଙ୍ଗ୍’ ଘଟଣାର ତଦନ୍ତ ଆରମ୍ଭ କରିଛି।
Follow Us