ପାଚେରି ଡେଇଁ ପଳାଇବାକୁ ଉଦ୍ୟମ ବେଳେ ବିଧାୟକଙ୍କୁ ବାନ୍ଧିଲା ଇଡି

ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିଏମ୍‌ସିର ବୁରୱାନ ବିଧାୟକ ଜୀବନକୃଷ୍ଣ ସାହାଙ୍କ ସହ ଜଡ଼ିତ ଏକାଧିକ ସ୍ଥାନରେ ଚଢ଼ଉ ବେଳେ  ସୋମବାର ସେ ତାଙ୍କ ବାସଭବନ ପାଚେରି...

fshfshfhfs

କୋଲକାତା: ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିଏମ୍‌ସିର ବୁରୱାନ ବିଧାୟକ ଜୀବନକୃଷ୍ଣ ସାହାଙ୍କ ସହ ଜଡ଼ିତ ଏକାଧିକ ସ୍ଥାନରେ ଚଢ଼ଉ ବେଳେ  ସୋମବାର ସେ ତାଙ୍କ ବାସଭବନ ପାଚେରି ଡେଇଁ ପଳାୟନ କରିବାକୁ ଉଦ୍ୟମ ବେଳେ ଗିରଫ ହୋଇଛନ୍ତି। ଅଧିକାରୀଙ୍କ କହିବା ଅନୁଯାୟୀ, ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ଚାଲିଥିବା ତଦନ୍ତର ଏକ ଅଂଶ ଭାବେ ଏହି ଚଢ଼ଉ କରାଯାଇଛି। ଇଡି ଟିମ୍ ଏବେ ଟିଏମ୍‌ସି ବିଧାୟକଙ୍କ ବୁରୱାନ ବାସଭବନ ଓ ରଘୁନାଥଗଞ୍ଜରେ ଥିବା ତାଙ୍କ ଶ୍ୱଶୁରଘର ଲୋକଙ୍କ ସମ୍ପତ୍ତି ଉପରେ ଚଢ଼ଉ କରିଛି।

ଚଢ଼ଉ ନେଇ ଜାଣିବା ପରେ ବିଧାୟକ ଘର ପାଚେରି ଡେଇଁ ଫେରାର ହେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଇଡି ଅଧିକାରୀ ଓ କେନ୍ଦ୍ରୀୟ ବାହିନୀ ତାଙ୍କୁ ନିକଟସ୍ଥ ଏକ କର୍ଦ୍ଦମାକ୍ତ ଚାଷ ଜମିରୁ ଧରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ସାହା ତାଙ୍କ ମୋବାଇଲ୍ ଫୋନକୁ ଘର ନିକଟ ପୋଖରୀରେ ଫିଙ୍ଗି ଦେଇଥିଲେ। ତେବେ ଅଧିକାରୀମାନେ ତାଙ୍କର ଦୁଇଟି ଯାକ ଫୋନ୍ ଉଦ୍ଧାର କରିଛନ୍ତି, ଯାହାର ଫରେନସିକ୍ ବିଶ୍ଳେଷଣ କରାଯିବ। ଏହାବ୍ୟତୀତ ବୀରଭୂମ ଜିଲ୍ଲାରେ ଟିଏମ୍‌ସି ନେତାଙ୍କ ବ୍ୟକ୍ତିଗତ ସହାୟକଙ୍କ ଘରେ ମଧ୍ୟ ଚଢ଼ଉ କରାଯାଇଥିଲା। ଏହି ଦୁର୍ନୀତି ମାମଲାରେ ସାହାଙ୍କ ପତ୍ନୀଙ୍କୁ ପୂର୍ବରୁ ଏଜେନ୍ସି ପଚରାଉଚରା କରିଥିଲା। ଏହି ପ୍ରସଙ୍ଗରେ ନିଜେ ବିଧାୟକଙ୍କୁ ୨୦୨୩ ଏପ୍ରିଲରେ ସିବିଆଇ ଗିରଫ କରିଥିଲା ଏବଂ ମେ ୨୦୨୫ରେ ତାଙ୍କୁ ଜାମିନ ମିଳିଥିଲା। ଅପରାଧିକ ଦିଗ ଉପରେ ସିବିଆଇ ତଦନ୍ତ କରୁଥିବା ବେଳେ ଇଡି ମନିଲଣ୍ଡରିଂ ଦିଗର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe