ଅର୍ଥ ହେରଫେର ମାମଲାରେ ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀଙ୍କୁ ପଚରାଉଚୁରା କଲା ଇଡି

Advertisment
ଅର୍ଥ ହେରଫେର ମାମଲାରେ ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀଙ୍କୁ ପଚରାଉଚୁରା କଲା ଇଡି

ନୂଆଦିଲ୍ଲୀ: ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଅର୍ଥ ହେରଫେର ମାମଲାରେ ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ଅଳଙ୍କାର ସାୱାଇଙ୍କୁ ପଚରାଉଚରା କରି ତାଙ୍କ ବିବୃତ୍ତି ରେକର୍ଡ କରିଛି। ଇଡି ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ଏହି ମାମଲାରେ ନିକଟରେ ଇଡି ଗୁଜୁରାଟରୁ ତୃଣମୂଳ କଂଗ୍ରେସ ମୁଖପାତ୍ର ସାକେତ ଗୋଖଲେଙ୍କୁ ଗିରଫ କରିଥିଲା। ଅଧିକାରୀ କହିଛନ୍ତି ଯେ ସାୱାଇଙ୍କୁ ଏହି ସପ୍ତାହରେ ତିନି ଦିନ ପଚରାଉଚରା କରାଯାଇଥିଲା। ଅହମ୍ମଦାବାଦରେ ଗୋଖଲେଙ୍କ ସହ ବସାଇ ତାଙ୍କୁ ପଚରାଉଚରା କରାଯାଇଥିଲା। ପୂର୍ବତନ ବ୍ୟାଙ୍କ କର୍ମଚାରୀ ଥିବା ସାୱାଇ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନିକଟତର ବୋଲି ବିବେଚନା କରାଯାଏ। ଜାନୁଆରୀ ୨୫ ରେ ୩୫ ବର୍ଷୀୟ ଗୋଖଲେଙ୍କୁ ଗିରଫ କରିବା ପରେ ଏଜେନ୍ସି ସାୱାଇଙ୍କୁ ଡକାଇଥିଲା।

ବାସ୍ତବରେ ଗୋଖଲେଙ୍କୁ ରିମାଣ୍ଡରେ ନେବାକୁ ଇଡି ଅହମ୍ମଦାବାଦ କୋର୍ଟରେ କହିଥିଲା ଯେ ଯେତେବେଳେ ଏକ ବର୍ଷରୁ ଅଧିକ ସମୟ ମଧ୍ୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ପ୍ରାୟ ୨୩.୫୪ ଲକ୍ଷ ଟଙ୍କା ବାବଦରେ ପଚରାଯାଇଥିଲା, ସେତେବେଳେ ଗୋଖଲେ କହିଥିଲେ ଯେ ଏହି ଟଙ୍କା ସୋସିଆଲ ମିଡିଆ କାର୍ଯ୍ୟ ତଥା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଭାରତୀୟ ଜାତୀୟ କଂଗ୍ରେସର ଅଳଙ୍କାର ସାୱାଇ ଦେଇଥିଲେ | ସାୱାଇ ତାଙ୍କୁ ଏତେ ଟଙ୍କା କାହିଁକି ଦେଇଛନ୍ତି ବୋଲି ପଚରାଯିବାରୁ ଗୋଖଲେ କହିଥିଲେ ଯେ କେବଳ ସାୱାଇ ଏହାର ଉତ୍ତର ଦେଇ ପାରିବେ। ଏହାପରେ ଇଡି ଅଳଙ୍କାରଙ୍କୁ ପଚରାଉଚୁରା କରୁଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe