ଶରଧା ଚିଟଫଣ୍ଡ ମାମଲା: ୩ଜଣ ଟିଏମସି ନେତାଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ଶରଧା ଚିଟଫଣ୍ଡ ମାମଲା: ୩ଜଣ ଟିଏମସି ନେତାଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

anandabazar

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚିଟଫଣ୍ଡ ମାମଲାରେ କାର୍ଯ୍ୟନୁଷ୍ଠାନ ଜାରି ରଖିଛି । ଶରଧା ଚିଟ୍ଫଣ୍ଡ ମାମଲାରେ ତୃଣମୂଳ କଂଗ୍ରେସ(ଟିଏମସି) ମୁଖପାତ୍ର କୁନାଲ ଘୋଷ, ଲୋକସଭା ସାଂସଦ ଶତାବ୍ଦୀ ରଏ ଏବଂ ଦେବଯାନୀ ମୁଖାର୍ଜୀଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରିଥିବା ଇଡି କହିଛି।

କୁନାଲ ଘୋଷ ଶରଧାର ମିଡିଆ ଗ୍ରୁପ  ସିଇଓ ଥିବାବେଳେ ଟିଏମସି ଲୋକସଭା ସାଂସଦ ଶତାବ୍ଦୀ ରଏ ଶରଧାର ବ୍ରାଣ୍ଡ ଆମ୍ବାସାଡର ଥିଲେ। ଏହା ସହ ଦେବଯାନୀ ମୁଖାର୍ଜୀ ଶରଧା ଗ୍ରୁପ୍ ଅଫ୍ କମ୍ପାନିର ନିର୍ଦ୍ଦେଶକ ଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ, ପିଏମଏଲଏ(ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ) ଅଧୀନରେ ଯାଞ୍ଚ କରି ଇଡି ୬୦୦କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ବାଜ୍ୟାପ୍ତ କରିସାରିଛି।

publive-image News18

ସୂଚନା ମୁତାବକ, କୁନାଲ ଘୋଷ ଏହାପୂର୍ବରୁ ୩୪ମାସ ଜେଲରେ ରହିବା ସହ ତାଙ୍କୁ ପଶ୍ଚିମବଙ୍ଗ ପୁଲିସ ଏବଂ ସିବିଆଇ ହେପାଜତକୁ ନେଇଥିଲା। ଅକ୍ଟୋବର ୫, ୨୦୧୬ରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଘୋଷଙ୍କୁ ୨୦୧୩ରେ ଟିଏମସିରୁ ନିଲମ୍ବିତ କରାଯାଇଥିଲା। ପରେ ତାଙ୍କୁ ଦଳର ମୁଖପାତ୍ର ଭାବରେ ପୁନଃସ୍ଥାପିତ କରାଯାଇଥିଲା। ତେବେ ଶରଧା ଚିଟ୍ ଫଣ୍ଡ ମାମଲାରେ ସିବିଆଇ ପୂର୍ବରୁ ଅନେକ ଟିଏମସି ନେତାଙ୍କୁ ଡକାଇ ପଚରାଉଚରା କରିଥିବା ବେଳେ ଟିଏମସିର ଅନେକ ନେତା ଏବେ ଇଡି ନଜରରେ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe