ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ପାଇଁ ବଢିଲା ଅଡୁଆ, ୪.୨୦ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

Advertisment
ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ପାଇଁ ବଢିଲା ଅଡୁଆ, ୪.୨୦ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

Lokmat News English

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ମାମଲାରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆକ୍ସନ ମୋଡକୁ ଆସିଛି । ବେଆଇନ ଅର୍ଥ କାରବାର ମାମଲାରେ ଶୁକ୍ରବାର ଦିନ ଇଡି ପକ୍ଷରୁ ଅନୀଲ ଦେଶମୁଖଙ୍କ ୪.୨୦ କୋଟି ଟଙ୍କାର ସଂପତ୍ତି ଜବତ କରିଛି ଇଡି। ଏହାସହ ଏହି ମାମଲାରେ ଦେଶମୁଖଙ୍କ ପତ୍ନୀଙ୍କୁ ବି ଇଡି ପଚରା ଉଚରା କରିବ ବୋଲି କୁହାଯାଇଛି ।

ଇଡି ପିଏମଏଲଏ ଧାରାରେ ଅନୀଲ ଦେଶମୁଖ, ତାଙ୍କ ପତ୍ନୀ ଓ କମ୍ପାନି ପ୍ରିମିୟର ପୋର୍ଟ ଲିଙ୍କସ୍ ପ୍ରାଇଭେଟ ଲିମିଟେଡର ୪.୨୦ କୋଟି ଟଙ୍କାର ସଂପତ୍ତି ଜବତ୍ କରିଛି । ଏହି ସଂପତ୍ତି ମଧ୍ୟରେ ମୁମ୍ବାଇର ଏକ ଜମି ଓ ରାୟଗଡରେ ୨.୬୭ କୋଟି ଟଙ୍କାର ଜମି ରହିଛି । ଇଡି ଆଇପିସି ଧାରା ୧୨୦-ବି, ୧୮୬୦ ଓ ପିଏମ୍ ଅଧିନିୟମ ୧୯୮୮ ଧାରା ୭ ଅଧିନରେ ଏହି ସମ୍ପତ୍ତି ଜବତ କରିଛି । ଅନୀଲଙ୍କ ଉପରେ ଅଭିଯୋଗ ଥିଲା ଯେ, ସେ ଏକ ବଡ ପଦରେ ରହି ବେଆଇନ ଭାବେ ଅନେକ ଲାଭ ଉଠାଇବାକୁ ଚେଷ୍ଟା କରିଥିଲେ ।

ଉଲ୍ଲେଖଯୋଗ୍ୟ, ଅନୀଲ ଅମ୍ବାନୀଙ୍କ ବାସଭବନ ନିକଟରେ ଏକ କାରରୁ ଜିଲୋଟିନ ଛଡ ମିଳିବା ପରେ ଏହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଥିଲା । ଏହାପରେ କାରର ମାଲିକଙ୍କ ମୃତଦେହ ମିଳିବା ବି ମାମଲାକୁ ଆହୁରି ରୋଚକ କରିଥିଲା । ଏହି ମାମଲାରେ ସଂପୃକ୍ତି ଥିବା ନେଇ ମୁମ୍ବାଇର ପୂର୍ବତନ ପୁଲିସ କମିସନର ପରମବୀର ସିଂଙ୍କ ନାମ ଆସିଥିଲା । ପରେ ଏହି ମାମଲାରେ ଧିରେ ଧିରେ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଥିବା ଅନୀଲ ଦେଶମୁଖ ଛନ୍ଦି ହୋଇଯାଇଥିଲେ । ପରମବୀର ସିଂ ତାଙ୍କ ନାମରେ ଅଭିଯୋଗ କରିଥିଲେ ଯେ, ସେ ପୁଲିସ କର୍ମଚାରୀଙ୍କୁ ରାଜ୍ୟର ବଡ ବଡ ହୋଟେଲ ଓ ଅନ୍ୟ ବ୍ୟବସାୟୀୟଙ୍କ ଠାରୁ ଚାନ୍ଦା ଆଦାୟ କରିବାକୁ ନିର୍ଦ୍ଦେଶ ଦେଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe