ନୂଆଦିଲ୍ଲୀ: ଓକିଲଙ୍କ ଅନୁପସ୍ଥିତିରେ ମଧ୍ୟ ସତ୍ୟେନ୍ଦ୍ର ଜୈନଙ୍କୁ ପଚରାଉଚରା କରିପାରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଓକିଲଙ୍କ ଅନୁପସ୍ଥିତିରେ ପଚରାଉଚରା କରିବାକୁ ଅନୁମତି ମାଗିଥିଲା ଇଡି। ଆଜି ଇଡିର ଆବେଦନକୁ ଗ୍ରହଣ କରି ଓକିଲଙ୍କ ଅନୁପସ୍ଥିତିରେ ମଧ୍ୟ ସତ୍ୟେନ୍ଦ୍ର ଜୈନଙ୍କୁ ପଚରାଉଚରା କରାଯାଇପାରିବ ବୋଲି ଅନୁମତିି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ।
ଗିରଫ ପରେ ଜୁନ୍ ୯ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହେପାଜତରେ ଅଛନ୍ତି ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍। ସୋମବାର ତାଙ୍କୁ ଅର୍ଥ ହେରଫେର ମାମଲାରେ ଗିରଫ କରିଥିଲା ଇଡି। ଆମ୍ ଆଦମୀ ପାର୍ଟି (ଆପ୍) ନେତା ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଇଡି କରିଥିବା ଅନୁସନ୍ଧାନରୁ ଜଣାପଡିଥିଲା ଯେ ୨୦୧୫-୧୬ ମସିହାରେ ଯେତେବେଳେ ଜୈନ ଜଣେ ସରକାରୀ କର୍ମଚାରୀ ଥିଲେ, ସେତେବେଳେ ତାଙ୍କ ମାଲିକାନାରେ ଥିବା ତଥା ତାଙ୍କ ଦ୍ବାରା ନିୟନ୍ତ୍ରିତ କମ୍ପାନି ହାୱାଲା ନେଟୱାର୍କ ମାଧ୍ୟମରେ ସେଇ କମ୍ପାନିରୁ ୪.୮୧ କୋଟି ଟଙ୍କା ନେଇଥିଲା। ୨୦୧୭ରେ ଆୟରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ତାଙ୍କ ବିରୋଧରେ ସିବିଆଇ ଏତଲା ରୁଜୁ କରିଥିଲା। ଏବେ ଏହାର ତଦନ୍ତ କରି ଇଡି ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଥିଲା।
ସତ୍ୟେନ୍ଦ୍ର ଜୈନଙ୍କ ଗିରଫକୁ ବିରୋଧ କରି ଏହି ମାମଲାକୁ ନକଲି ବୋଲି କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍। ସେ କହିଥିଲେ ‘ଏହା ସଂପୂର୍ଣ୍ଣ ନକଲି ଓ ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି କରାଯାଇଛି। ଯଦି ଏ ଘଟଣାରେ ଟିକେ ବି ସତ୍ୟତା ଥାଆନ୍ତା ତେବେ ମୁଁ ନିଜେ ହିଁ ସତ୍ୟେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି। ବ୍ୟକ୍ତିଗତ ଭାବେ ମାମଲାର ତଦନ୍ତ କରି ଜାଣିବାକୁ ପାଇଲି ଯେ ଏଥିରେ ଟିକେ ବି ସତ୍ୟତା ନାହିଁ।’
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2022/06/t-5.jpg)