ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କୁ ଗିରଫ କରିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଆଇଏନଏକ୍ସ ମିଡ଼ିଆ ମାମଲାରେ ଚିଦମ୍ବରମଙ୍କ ସହ ୧୩ ଜଣଙ୍କ ନାମରେ ଚାର୍ଜସିଟ ଦାଖଲ କଲା ସିବିଆଇ

image-rediff

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି ) ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମଙ୍କୁ ଗିରଫ କରିଥିବା ଜଣାଯାଇଛି। ଆଜି ସକାଳେ ତିହାଡ ଜେଲରେ ଇଡି ଅଧିକାରୀମାନେ ଚିଦାମ୍ବରମଙ୍କୁ ଜେରା କରିବା ପରେ ତାଙ୍କୁ ଗିରଫ କରିଛନ୍ତି। ଆଜି ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କୁ ଜେରା କରିବା ପାଇଁ ତିହାର ଜେଲରେ ପହଞ୍ଚିଥିଲେ ।

ସୂଚନାଯୋଗ୍ୟ, ଗତକାଲି ବିଶେଷ ଅଦାଲତ ଇଡିର ତିନିଜଣ ଅଧିକାରୀଙ୍କୁ ଆଇଏନଏକ୍ସ ମିଡିଆ ମାମଲାରେ ଚିଦାମ୍ବରମଙ୍କୁ ପଚରାଉତରା କରିବାକୁ ଅନୁମତି ଦେଇଥିଲେ ଏବଂ ଆଜି ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାଯାଇଛି । ଚିଦାମ୍ବରମଙ୍କୁ ଭେଟିବାଲାଗି ଆଜି ସକାଳେ ପୁତ୍ର କାର୍ତ୍ତୀ ଓ ପତ୍ନୀ ନଳିନୀ ମଧ୍ୟ ତିହାର ଜେଲରେ ପହଞ୍ଚିଥିବାର ଖବର ମିଳିଛି ।

ଆଇଏନ୍ଏକ୍ସ ମିଡିଆ ମାମଲାରେ ଗତ ଅଗଷ୍ଟ ୨୧ ତାରିଖରେ ସିବିଆଇ ଚିଦମ୍ବରମଙ୍କୁ ଗିରଫ କରିଥିଲା। ଆଇଏନ୍ଏକ୍ସ ମାମଲାରେ ଚିଦମ୍ବରମଙ୍କୁ ଜେରା କରିବାକୁ ଇଡି ସିବିଆଇ କୋର୍ଟର ଅନୁମତି ମାଗିଥିଲା। ସ୍ବତନ୍ତ୍ର ଜଜ୍ ଅଜୟ କୁମାର କୁହାର ଉଭୟ ପକ୍ଷର ଶୁଣାଣି କରି ଚିଦମ୍ବରମଙ୍କୁ ଜେରା କରିବାକୁ ଇଡିକୁ ଅନୁମତି ଦେଇଛନ୍ତି। ଜେରା କରିବା ପରେ ଆବଶ୍ୟକ ଅନୁଯାୟୀ ଇଡି ଚିଦମ୍ବରମଙ୍କୁ ଗିରଫ କରିପାରେ ବୋଲି ସ୍ବତନ୍ତ୍ର ଜଜ୍ ନିର୍ଦ୍ଦେଶ ଦେଇଛନ୍ତି।

publive-image image source--navbharattimes.

ସୂଚନାଯୋଗ୍ୟ, ଆଇଏନ୍ଏକ୍ସ ମିଡିଆ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି। ପିଟର ଏବଂ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଦ୍ବାରା ପ୍ରତିଷ୍ଠିତ ଆଇଏନ୍ଏକ୍ସ ମିଡିଆକୁ ଫରେନ୍ ଇନ୍ଭେଷ୍ଟମେଣ୍ଟ ପ୍ରମୋସନ ବୋର୍ଡ (ଏଫ୍ଆଇପିବି) ମଂଜୁରି ନେଇ ହୋଇଥିବା ଅନିୟମିତତାରେ ସିବିଆଇ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe