ସାର ଦୁର୍ନୀତି: ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ବିରୋଧରେ ଆର୍ଥିକ ଦୁର୍ନୀତି ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦେଶାଳୟ, ଅନ୍ୟ ଚାରିଟି ରାଜ୍ୟରେ ଚଢ଼ାଉ ଆରମ୍ଭ

Advertisment
ସାର ଦୁର୍ନୀତି: ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ବିରୋଧରେ ଆର୍ଥିକ ଦୁର୍ନୀତି ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦେଶାଳୟ, ଅନ୍ୟ ଚାରିଟି ରାଜ୍ୟରେ ଚଢ଼ାଉ ଆରମ୍ଭ

Image Courtesy of News Tree News

ଜୟପୁର: ସାର ଦୁର୍ନୀତି ମାମଲାରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ଭାଇ ଅଗ୍ରସେନଙ୍କ ବିରୋଧରେ ବୁଧବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ ଆର୍ଥିକ ଦୁର୍ନୀତି ମାମଲା ରୁଜୁ କରିଛି।

ଏହାଛଡ଼ା ଏହି ମାମଲାରେ ସମ୍ପୃକ୍ତ ଥିବା ଅଗ୍ରସେନଙ୍କର ଦିଲ୍ଲୀ, ଗୁଜରାଟ, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନରେ ଥିବା ସମ୍ପତ୍ତି ଉପରେ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ ଚଢ଼ାଉ ଆରମ୍ଭ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ଏହି ଦୁର୍ନୀତି ସହ ଜଡ଼ିତ ଦିଲ୍ଲୀ, ଗୁଜରାଟ, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନର ଛଅଟି ସ୍ଥାନରେ ତଲାସ ଜାରି ରହିଛି। ପୂର୍ବତନ ସାଂସଦ ବଦ୍ରିରାମ ଜଖରଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଥିବା ରିପୋର୍ଟ ମିଳିଛି।

publive-image Image Courtesy of Zee News

ଅଗ୍ରସେନ ହେଉଛନ୍ତି ଅନୁପମ କୃଷି ନାମକ କମ୍ପାନିର ମାଲିକ। ରପ୍ତାନି ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଏହି ସଂସ୍ଥା ଉପରେ କଷ୍ଟମ୍ ବିଭାଗ ୭ କୋଟି ଟଙ୍କା ଜରିମାନା କରିଛି।

ଉପା ସରକାରଙ୍କ ଅମଳରେ ଅଗ୍ରସେନ ଦୁର୍ନୀତିରେ ଜଡ଼ି ବୋଲି ପୂର୍ବରୁ ବିଜେପି ଅଭିଯୋଗ କରିଥିଲା। ତାଙ୍କ କମ୍ପାନି ରିହାତି ସାରକୁ ମଧ୍ୟ ରପ୍ତାନି କରୁଛି ବୋଲି ଦାବି କରିଥିଲା।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କ ମଧ୍ୟରେ ମତପାର୍ଥକ୍ୟ ଯୋଗୁଁ ରାଜସ୍ଥାନ କଂଗ୍ରେସରେ ଦେଖାଦେଇଥିବା ସଙ୍କଟ ସମୟରେ କେନ୍ଦ୍ରୀୟ ଏଜେନ୍‌ସି ଏ ଭଳି ଚଢ଼ାଉ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe