କେଜ୍ରିୱାଲ୍‌ଙ୍କୁ ବିଚାର ବିଭାଗୀୟ ହାଜତକୁ ନେବାକୁ କୋର୍ଟ‌ରେ ଇଡିର ଆବେଦନ

ଜୁନ୍‌ ୨ରେ ଆତ୍ମସମର୍ପଣ କରିବେ କେଜ୍ରିୱାଲ

PTI

ନୂଆଦିଲ୍ଳୀ: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଜାମିନରେ ଆସିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଜାମିନ ମିଆଦ ଜୁନ୍‌ ୨ ତାରିଖରେ ଶେଷ ହେଉଛି। ଏହି ସ୍ଥିତିରେ ଆଜି ମାମଲାର ପ୍ରତିପକ୍ଷ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି। କେଜ୍ରିୱାଲ୍‌ଙ୍କୁ ୧୫ ଦିନ ବିଚାର ବିଭାଗୀୟ ହାଜତରେ ନେବାକୁ‌ କୋର୍ଟ ନି‌କଟରେ ଆବେଦନ କରିଛି। ଆଜି କୋର୍ଟରେ ଇଡି ଆବେଦନ କରିଥିଲେ ଯେ କେଜ୍ରିୱାଲ୍‌ ସଂପ୍ରତି ଜାମିନରେ ଅଛନ୍ତି। ଜୁନ୍‌ ୨ ତାରି‌ଖରେ ସେ ଆତ୍ମସମର୍ପଣ କରିବେ। ତାଙ୍କର ଆତ୍ମ ସମର୍ପଣ ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଉ। ସ୍ବତନ୍ତ୍ର ଇଡି ଓ ସିବିଆଇ ଜଜ୍‌ କାବେରୀ ବାୱେଜା ଆବେଦନକୁ ଗ୍ରହଣ କରିବା ସହ ପରବର୍ତ୍ତୀ ଶୁଣାଣି ୨ ତାରିଖକୁ ଧାର୍ଯ୍ୟ କରିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଦନୀତି ‌ଦୁର୍ନୀତି ମାମଲାରେ ଅଭିଯୋଗ ଫର୍ଦ୍ଦ (ଚାର୍ଜସିଟ୍‌) ଦାଖଲ କରିଛି। ଏଥିରେ କେଜ୍ରିୱାଲଙ୍କ ସମେତ ସମଗ୍ର ଆମ୍‌ ଆଦ୍‌ମୀ ଦଳକୁ ମଦ ଦୁର୍ନୀତିର ସକ୍ରିୟ ଭାଗିଦାର ଏବଂ ଏନେଇ ଆବଶ୍ୟକ ପ୍ରମାଣ ରହିଥିବା ଦର୍ଶାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe