ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ମିଳିଲା ସମୟ, ଜୁଲାଇ ୧ରେ ହାଜର ହେବାକୁ ଇଡି ଜାରି କଲା ସମନ

Advertisment
ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ମିଳିଲା ସମୟ, ଜୁଲାଇ ୧ରେ ହାଜର ହେବାକୁ ଇଡି ଜାରି କଲା ସମନ

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ପଡ଼ିଥିବା ବ‌େଳେ ପ୍ରବୀଣ ରାଉତ ଏବଂ ପତ୍ରା ଚଲ୍‌ ଜମି ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ସମନ୍‌ ଜାରି କରିଥିଲା। ଜେରା ନିମନ୍ତେ ମଙ୍ଗଳବାର ଦିନ ୧୧ଟା ବେଳେ ସେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବେ ବୋଲି ଉକ୍ତ ସମନ୍‌ରେ ଉଲ୍ଲେଖ ରହିଥିଲା। ତେବେ ସମନ ପାଇବା ପରେ ମଙ୍ଗଳବାର ଇଡିରେ ହାଜର ହେବି ନାହିଁ ବୋଲି କହିଥିଲେ ସଞ୍ଜୟ ରାଉତ। ଏହା ସହ ଇଡିକୁ ଜୁଲାଇ ୭ତାରିଖ ପର୍ଯ୍ୟନ୍ତ ହାଜର ହେବା ପାଇଁ ସମୟ ମାଗିଥିଲେ। ଏବେ ସଞ୍ଜୟ ରାଉତଙ୍କୁ ଜୁଲାଇ ୭ତାରିଖ ପର୍ଯ୍ୟନ୍ତ ସମୟ ଦେବା ପରିବର୍ତ୍ତେ ଜୁଲାଇ ୧ରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନୂଆ ସମନ ଜାରି କରାଯାଇଛି।

ତେବେ ଗତକାଲି ଇଡି କାର୍ଯ୍ୟାଳୟ ଯିବାକୁ ମନା କରି ରାଉତ କହିଥିଲେ ‌ଯେ, ମୁଁ ଜାଣିଥିଲି ଇଡି ମୋତେ ସମନ ପଠାଇବ। ହେଲେ ମୁଁ ନଇଁବି ନାହିଁ। ବିଦ୍ରୋହୀ ବିଧାୟକମାନେ ଯାହା କରିଛନ୍ତି ମୁଁ ତାହା କେବେ କରିବି ନାହିଁ। ମୁଁ ଇଡିି ଡରରେ କେବେ ବି ଗୌହାଟୀ ଯିବି ନାହିଁ। ମୁଁ ବାଲାସାହେବଙ୍କ ସଚ୍ଚ‌ା ଶିବ ସୈନିକ ଏବଂ କାଲି ମୁଁ ମୋ ପାର୍ଟି ସହ ରହିବି। ଆସନ୍ତାକାଲି ମୁଁ ଇଡିରେ ହାଜର ହେବି ନାହିଁ। ଏବେ ମୋତେ ମୋ ଦଳକୁ ସମର୍ଥନ କରିବାର ଅଛି। ‌‌ସେଥିପାଇଁ ମୁଁ ଇଡିକୁ ଅଧିକ ସମୟ ମାଗି ହାଜର ହେବା ପ‌ାଇଁ ଅନ୍ୟ ଏକ ତାରିଖ ଦେବା ପାଇଁ ଅନୁରୋଧ କରିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe