କୋଇଲା ଦୁର୍ନୀତି ମାମଲାରେ ‘ତୃଣମୂଳ କଂଗ୍ରେସ’ର ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀଙ୍କୁ ସଦ୍ୟ ସମନ୍‌ ଜାରି କଲା ପ୍ରବର୍ତ୍ତନ ନିର୍ଦେଶାଳୟ

Advertisment
କୋଇଲା ଦୁର୍ନୀତି ମାମଲାରେ ‘ତୃଣମୂଳ କଂଗ୍ରେସ’ର ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀଙ୍କୁ ସଦ୍ୟ ସମନ୍‌ ଜାରି କଲା ପ୍ରବର୍ତ୍ତନ ନିର୍ଦେଶାଳୟ

Image Courtesy of Zee News

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ହୋଇଥିବା କୋଇଲା ଦୁର୍ନୀତି ସହିତ ଜଡ଼ିତ ‘ମନି ଲଣ୍ଡ୍ରିଙ୍ଗ୍‌’ ମାମଲାରେ ଜେରା କରିବା ଲାଗି ପ୍ରବର୍ତ୍ତନ ନିର୍ଦେଶାଳୟ ‘ତୃଣମୂଳ କଂଗ୍ରେସ’ ସାଂସଦ ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀଙ୍କ ପାଖକୁ ସଦ୍ୟ ସମନ୍‌ ପଠାଇଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।

ଆସନ୍ତା ସପ୍ତାହରେ ଦିଲ୍ଲୀସ୍ଥିତ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ‘ତୃଣମୂଳ କଂଗ୍ରେସ’ର ଜାତୀୟ ସଚିବ ସାଂସଦ ଅଭିଷେକ ଏବଂ ତାଙ୍କ ପତ୍ନୀ ରୁଜିରାଙ୍କୁ ନିର୍ଦେଶ ଦିଆଯାଇଛି।

ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବାକୁ ପୂର୍ବରୁ ଜାରି ହୋଇଥିବା ନିର୍ଦେଶକୁ ଚାଲେଞ୍ଜ୍‌ କରି ବାନାର୍ଜୀ ଦମ୍ପତି କରିଥିବା ଆବେଦନକୁ ମାର୍ଚ ୧୧ ତାରିଖ ଦିନ ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଥିଲେ।

publive-image Image Courtesy of India Today

ପୂର୍ବରୁ ଗତବର୍ଷ ସେପ୍ଟେମ୍ବର ୧୦ରେ ଉଭୟଙ୍କ ପ୍ରତି ଜାରି ହୋଇଥିବା ସମନ୍‌ ବିରୋଧରେ ମଧ୍ୟ ଅଦାଲତରେ ଆବେଦନ କରିଥିଲେ। ଆବେଦନରେ ସେମାନେ ଲେଖିଥିଲେ କି, ପଶ୍ଚିମବଙ୍ଗର ବାସିନ୍ଦା ହୋଇଥିବାରୁ ସେମାନଙ୍କୁ ଦିଲ୍ଲୀରେ ହାଜର ହେବାକୁ ସମନ୍‌ ଦିଆ ନ ଯାଉ।

ଗତବର୍ଷ ସେପ୍ଟେମ୍ବର ମାସରେ ପ୍ରବର୍ତ୍ତନ ନିର୍ଦେଶାଳୟର ଦିଲ୍ଲୀ କାର୍ଯ୍ୟାଳୟରେ ବାନାର୍ଜୀଙ୍କୁ ଥରେ ମାତ୍ର ଜେରା କରାଯାଇଥିଲା।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର କୁନୁସ୍ତୋରିଆ ଓ କାଜୋରା ଅଞ୍ଚଳ ଏବଂ ଆସାନସୋଲ୍‌ ଅଞ୍ଚଳରେ ଥିବା ‘ଇଷ୍ଟର୍ଣ୍ଣ କୋଲ୍‌ଫିଲଡ୍‌ସ୍‌ ଲିମିଟେଡ୍‌’ର ଖଣିରେ କୋଟି କୋଟି ଟଙ୍କାର ଦୁର୍ନିତି ହୋଇଥିବା ସଂକ୍ରାନ୍ତରେ ‘ସିବିଆଇ’ ଏତଲା ଦାଏର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe