ନୂଆଦିଲ୍ଲୀ: ଆୟବହିର୍ଭୂତ ୧୦୦ କୋଟି ଟଙ୍କାର ଦୁର୍ନୀତି ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ‘ଲୁକ୍ଆଉଟ୍’ ନୋଟିସ୍ ଜାରି କରିଛି।
ଏହା ପୂର୍ବରୁ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଜାରି କରିଥିବା କେତେକ ସମନ୍କୁ ‘ଦି ନ୍ୟାସ୍ନାଲିଷ୍ଟ୍ କଂଗ୍ରେସ ପାର୍ଟି’ର (ଏନ୍ସିପି) ନେତା ଦେଶମୁଖ ଏଡ଼ାଇ ଦେଇଥିଲେ। ଦେଶମୁଖଙ୍କୁ ଦେଶ ଛାଡ଼ି ଚାଲିଯିବାରେ ବାଧା ଦେବା ଲାଗି ଏହି ସର୍କ୍ୟୁଲାର୍ ଜାରି କରାଯାଇଥିବା କୁହାଯାଉଛି।
ବାଦୀଙ୍କ (ଦେଶମୁଖ) ବିରୋଧରେ ଉତ୍ଥାପିତ ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିବା ‘ଏଜେନ୍ସି’କୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥିବା ଦେଶମୁଖଙ୍କ ‘ଲିଗାଲ୍ ଟିମ୍’ର ଅନ୍ୟତମ ସଦସ୍ୟ ଆନନ୍ଦ ଡାଗାଙ୍କୁ ଗୋଟିଏ ଦିନ ପଚରାଉଚୁରା କରିବା ସେପ୍ଟେମ୍ବର ୩ ତାରିଖ ଦିନ ‘ସିବିଆଇ’ ଗିରଫ କରିଥିଲା।
Image Courtesy of The Times of India Todayପୂର୍ବରୁ ମଧ୍ୟ ଦେଶମୁଖ କହିଥିଲେ ଯେ, ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ହିଁ ସେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ରେ ହାଜର ହେବେ। ସେ କହିଥିଲେ ଯେ, ଏ ସଂକ୍ରାନ୍ତରେ ସୁପ୍ରିମ୍ କୋର୍ଟ ତାଙ୍କ ଆବେଦନ ଗ୍ରହଣ କରିଛନ୍ତି ଏବଂ ଅବିଳମ୍ବେ ତାହାର ଶୁଣାଣି କରାଯିବ। କିନ୍ତୁ, ପ୍ରବର୍ତ୍ତନ ନିର୍ଦେଶାଳୟ ଚାହିଁଲେ ‘ଇଲେକ୍ଟ୍ରୋନିକ୍’ ମାଧ୍ୟମରେ ସେ ବୟାନ୍ ରେକର୍ଡିଙ୍ଗ୍ ଦେଇ ପାରିବେ।
Image Courtesy of India.comବଳପୂର୍ବକ କାର୍ଯ୍ୟାନୁଷ୍ଠାନରୁ ସାମୟିକ ଆଶ୍ବସ୍ତି ଦେବା ଲାଗି ଦେଶମୁଖ କରିଥିବା ଅବେଦନକୁ ଗତ ମାସରେ ସୁପ୍ରିମ୍ କୋର୍ଟ ଅଗ୍ରାହ୍ୟ କରି ଦେଇଥିଲେ। ଅଗଷ୍ଟ ୨୩ ତାରିଖରେ ମଧ୍ୟ ‘ସିବିଆଇ’ ଏହି ମାମଲାରେ ତାଙ୍କର ଦୁଇଜଣ ସହଯୋଗୀଙ୍କ ବିରୋଧରେ ଚାର୍ଜସିଟ୍ ଫାଇଲ୍ କରିଥିଲା। ସେମାନେ ହେଉଛନ୍ତି, ଦେଶମୁଖଙ୍କ ସହକାରୀ କୁନ୍ଦନ ସିନ୍ଦେ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ପଲାଣ୍ଡ। ଦେଶମୁଖଙ୍କ ନିର୍ଦେଶମତେ ଉଭୟ ଉକ୍ତ ଆର୍ଥିକ ଦୁର୍ନୀତି ଘଟଣାରେ ଭୂମିକା ନେଇଥିବା ଅଭିଯୋଗରେ ଜୁନ୍ ୨୬ ତାରିଖ ଦିନ ସେମାନଙ୍କୁ ‘ସିବିଆଇ’ ଗିରଫ କରିଥିଲା।
Follow Us