ନୂଆଦିଲ୍ଲୀ: ୨୧୫ କୋଟି ଟଙ୍କା ବଟି ଆଦାୟ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ବଲିଉଡ୍ ଅଭିନେତ୍ରୀ ଜାକ୍ଲିନ୍ ଫର୍ଣ୍ଣାଡିଜ୍ଙ୍କୁ ଆଜି ଅଭିଯୁକ୍ତ କରିଛି। ଆଜି ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିବାର ସମ୍ଭାବନା ଅଛି।
‘କୋନ୍ମ୍ୟାନ୍’ ସୁକେଶ ଚନ୍ଦ୍ରଶେଖର ଅଭିଯୁକ୍ତ ହୋଇଥିବା ମାମଲାରେ ପୂର୍ବରୁ ଅଭିନେତ୍ରୀ ଫର୍ଣ୍ଣାଣ୍ଡିଜ୍ଙ୍କୁ ଏପର୍ଯ୍ୟନ୍ତ କେବଳ ପଚରାଉଚରା କରାଯାଇଥିଲା।
ଅଭିଯୁକ୍ତ ନାମିତ ହୋଇଥିଲେ ସୁଦ୍ଧା ତାଙ୍କୁ ଗିରଫ କରାଯିବ କି, ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
Image Courtesy of Free Press Journalବିଶେଷସୂତ୍ରରୁ ହସ୍ତଗତ ସୂଚନା ଅନୁସାରେ, ବଟି ଆଦାୟ ଅର୍ଥରୁ ଜାକ୍ଲିନ୍ ଫର୍ଣ୍ଣାଡିଜ୍ ଭାଗ ପାଉଥିଲେ ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟ ଜାଣିପାରିଛି। ‘କୋନ୍ମ୍ୟାନ୍’ ସୁକେଶ ଚନ୍ଦ୍ରଶେଖର ଜଣେ ବଟି ଆଦାୟକାରୀ ବୋଲି ଫର୍ଣ୍ଣାଡିଜ୍ ଜାଣିଥିଲେ ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟର ମନେହେଉଛି।
ସୁକେଶ ଫର୍ଣ୍ଣାଡିଜ୍ଙ୍କୁ ୧୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ସାମଗ୍ରୀ ଉପହାର ଦେଇଥିଲେ ବୋଲି ପୂର୍ବରୁ ପ୍ରବର୍ତ୍ତନ ନିର୍ଦେଶାଳୟ ଜାଣିପାରିଥିଲା। ଏଯାବତ୍ ପ୍ରବର୍ତ୍ତନ ନିର୍ଦେଶାଳୟ ଫର୍ଣ୍ଣାଡିଜ୍ଙ୍କର ୭ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ସମ୍ପତ୍ତି ‘ଆଟାଚ୍’ କରିଛି। ‘ଆଟଚ୍’ ହୋଇଥିବା ସମ୍ପତ୍ତି ମଧ୍ୟରେ ରହିଛି ଫର୍ଣ୍ଣାଡିଜ୍ ନାମରେ ‘ଫିକ୍ସ୍ଡ୍ ଡିପୋଜିଟ୍’ ହୋଇଥିବା ୭.୧୨ କୋଟି ଟଙ୍କା।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବଟି ଆଦାୟ ଅର୍ଥରେ ସୁକେଶ ଚନ୍ଦ୍ରଶେଖର ଫର୍ଣ୍ଣାଡିଜ୍ଙ୍କୁ ୫.୭୧ ଟଙ୍କା ମୂଲ୍ୟର ଉପହାର ଦେଇଛନ୍ତି। ଏହାଛଡ଼ା, ସେ ଫର୍ଣ୍ଣାଡିଜ୍ଙ୍କ ପରିବାର ଲୋକଙ୍କୁ ପ୍ରାୟ ୧୭୩,୦୦୦ ଆମେରିକୀୟ ଏବଂ ୨୭,୦୦୦ ଅଷ୍ଟ୍ରେଲୀୟ ଡଲାର୍ ପାଣ୍ଠି ଆକାରରେ ଦେଇଛନ୍ତି ବୋଲି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଆକଳନ କରିଛି।
Follow Us