ଇଡି ଅଧିକାରୀଙ୍କ ଆତ୍ମହତ୍ୟା, ରେଳଧାରଣରୁ ମିଳିଲା ମୃତଦେହ

Advertisment
ଅଧ୍ୟାଦେଶ ଆଣିଲେ କେନ୍ଦ୍ର ସରକାର: ସିବିଆଇ, ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ୫ ବର୍ଷକୁ ବୃଦ୍ଧି

ନୂଆଦିଲ୍ଲୀ: ଇଡିରେ ନିୟୋଜିତ ଜଣେ ପ୍ରବର୍ତ୍ତନ ଅଧିକାରୀ ଆଲୋକ କୁମାର ରଂଜନ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି। ତାଙ୍କ କ୍ଷତବିକ୍ଷତ ମୃତଦେହ ରେଳ ଧାରଣାରୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଆଲୋକ ଏକ ଦୁର୍ନୀତି ମାମଲାରେ ଇଡି ଓ ସିବିଆଇର ସ୍କାନରରେ ଥିଲେ।

ଅଗଷ୍ଟ ୭ତାରିଖରେ ଇଡିର ଜଣେ ସହକାରୀ ନିର୍ଦ୍ଦେଶକ ସନ୍ଦୀପ ସିଂଙ୍କୁ ସିବିଆଇ ୫୦ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ଗିରଫ କରିଥିଲା। ଜଣେ ଅଭିଯୋଗକାରୀ ଦାବି କରିଛନ୍ତି ଯେ ସନ୍ଦୀପ ତାଙ୍କ ପୁଅକୁ ଗିରଫ ନକରିବା ପାଇଁ ୫୦ ଲକ୍ଷ ଟଙ୍କା ମାଗିଥିଲେ। ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସନ୍ଦୀପଙ୍କୁ ଦିଲ୍ଲୀର ଲାଜପତ ନଗରରୁ ସିବିଆଇ ଗିରଫ କରିଥିଲା।

ମୁମ୍ବାଇର ଜଣେ ଗହଣା ବ୍ୟବସାୟୀଙ୍କଠାରୁ ଏହି ଟଙ୍କା ନିଆଯାଉଥିଲା। ଇଡି ଏହି ଗହଣା ବ୍ୟବସାୟୀଙ୍କ ଘରେ ଚଢ଼ାଉ କରିଥିଲା, ସେତେବେଳେ ସନ୍ଦୀପ ସେହି ଟିମର ସଦସ୍ୟ ଥିଲେ। ଏତଲାରେ ସନ୍ଦୀପ ସିଂହଙ୍କ ନାମ ରହିଛି। ଏଫଆଇଆରରେ ଏନଫୋର୍ସମେଣ୍ଟ ଅଫିସର ଆଲୋକଙ୍କ ନାମ ମଧ୍ୟ ଥିଲା । ପରେ ସନ୍ଦୀପ ସିଂହଙ୍କୁ ନିଲମ୍ବିତ କରାଯାଇଥିଲା। ଏହାପରେ ଇଡି ସିବିଆଇର ଏଫଆଇଆରରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe