ଇଡି ଅଫିସର୍‌ଙ୍କ ସମେତ ୫ କର୍ମଚାରୀ କରୋନା ସଂକ୍ରମିତ, ହେଡ୍‌କ୍ବାର୍ଟର ସିଲ୍‌

Advertisment
ଇଡି ଅଫିସର୍‌ଙ୍କ ସମେତ ୫ କର୍ମଚାରୀ କରୋନା ସଂକ୍ରମିତ, ହେଡ୍‌କ୍ବାର୍ଟର ସିଲ୍‌

Hindustan Times

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟାଳୟରେ ୫ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଜଣେ ସ୍ପେସାଲ୍‌ ଡାଇରେକ୍ଟର ରୢାଙ୍କ୍‌ ଅଫିସର ଏବଂ ଜଣେ ତଦନ୍ତକାରୀ ଅଫିସର୍‌ଙ୍କ ସମେତ ସମୁଦାୟ ୫ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ତେଣୁ ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ହେଡ୍‌କ୍ବାର୍ଟରକୁ ଆସନ୍ତା ୪୮ ଘଣ୍ଟା‌ ପର୍ଯ୍ୟନ୍ତ ସିଲ୍‌ କରିଦିଆଯାଇଛି। ଖାନ୍‌ ମାର୍କେଟ୍‌ର ଲୋକ ନାୟକ ଭବନର ଅନ୍ୟ ମହଲାଗୁଡ଼ିକରେ କରୋନା ମାମଲା ଚିହ୍ନଟ ହେବାପରେ ଇଡି ମୁଖ୍ୟାଳୟରେ ମଧ୍ୟ ପର୍ଯ୍ୟାୟକ୍ରମେ କରୋନା ଟେଷ୍ଟ୍‌ କରାଯାଇଥିଲା। ଫଳରେ ୫ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତେବେ ସଂକ୍ରମିତ ହୋଇଥିବା ସମସ୍ତଙ୍କ ପାଖରେ କରୋନା ସଂକ୍ରମଣର ଲକ୍ଷଣ ଦେଖିବାକୁ ମିଳିନି। ସମସ୍ତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ସେମାନଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ କ୍ବାରାଣ୍ଟିନ୍‌ରେ ରଖାଯାଇଛି। ଉଲ୍ଲେଖଯୋଗ୍ୟ ଗତ ମାସରେ ମଧ୍ୟ ଜଣେ ଇଡି କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe