ପିଏଫ୍‌ଆଇ ବିରୋଧରେ ଇଡି ଅପରେସନ୍‌, ୯ ରାଜ୍ୟର ୨୬ ସ୍ଥାନରେ ଚଢ଼ଉ

Advertisment
ଭାବୀ ସମୁଦି, ଶ୍ବଶୁର-ଜ୍ବାଇଁ ଭେଟ : କୋର୍ଟରେ ଆଖି ଛଳଛଳ, ଜେଲ୍‌ରେ ମୁରୁକି ହସିଲେ

www.thepriest.in

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ମନି ଲଣ୍ଡ୍ରିଂ ମାମଲାରେ ପିଏଫ୍‌ଆଇ (ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ) ବିରୋଧରେ ୯ ରାଜ୍ୟର ୨୬ଟି ସ୍ଥାନରେ ଚଢ଼ଉ କରିଛି। ପିଏଫ୍‌ଆଇ ଅଧ୍ୟକ୍ଷ ଓମ୍‌ ଅବଦୁଲ ସଲା‌ମ ଏବଂ ପିଏଫ୍‌ଆଇର କେରଳ ରାଜ୍ୟ ମୁଖ୍ୟ ନସରୁଦ୍ଦିନ ଏଲାମା‌ରମ୍‌ ଏବଂ ପିଏଫ୍‌ଆଇର ଜାତୀୟ ସଚିବଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଙ୍କ ବିଭିନ୍ନ ଠିକଣାରେ ଇଡି ଚଢ଼ଉ କରି ସର୍ଚ୍ଚ‌୍ ଅପରେସନ୍‌ କରିଛି। ତାମିଲନାଡ଼ୁର ଚେନ୍ନାଇ, ତେନ୍‌କାଶୀ , ମଦୁରାଇ, ବେଙ୍ଗାଲୁରୁ, ବିହାରର ଦରଭଙ୍ଗା ଏବଂ ପୁର୍ନିଆ, ଉତ୍ତରପ୍ରଦେଶର ଲକ୍ଷ୍ନୌ ଏବଂ ବାରବାଙ୍କି, ମହାରାଷ୍ଟ୍ରର ଔରଙ୍ଗାବାଦ୍‌, ପଶ୍ଚିମବଙ୍ଗର କୋଲକାତା ଏବଂ ମୁର୍ସିଦାବାଦ୍‌, ଦିଲ୍ଲୀର ଶାହିନବାଗ୍‌, କେରଳର କୋଚି, ମଲପ୍ପୁରମ୍‌ ଏବଂ ତିରୁଅନନ୍ତପୁରମ୍‌ରେ ଇଡି ପିଏମ୍‌ଏଲ୍‌ଏ ଅଧୀନରେ ଚଢ଼ଉ କରି ସର୍ଚ୍ଚ‌୍ ଅପରେସନ୍‌ ଜାରି ରଖିଛି। ଉଲ୍ଲେଖଯୋଗ୍ୟ ଦେଶରେ ସିଏଏ ବିରୋଧୀ ଆନ୍ଦୋଳନରେ ପିଏଫ୍‌ଆଇର ଆର୍ଥିକ ସମ୍ପୃକ୍ତି ସଂକ୍ରାନ୍ତ‌ରେ ଅଭିଯୋଗ ହେବାପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି। ୨୦୦୬ରେ କେରଳରେ ଗଠନ ହୋଇଥିଲା ପିଏଫ୍‌ଆଇ। ଦିଲ୍ଲୀରେ ଏହାର ମୁଖ୍ୟାଳୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe