ପଞ୍ଜାବ ନିର୍ବାଚନ ପୂର୍ବରୁ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଗିରଫ କରିବାକୁ ପ୍ରବର୍ତ୍ତନ ନିର୍ଦେଶାଳୟ ଯୋଜନା କରୁଛି: ଅରବିନ୍ଦ କେଜ୍ରିୱାଲ୍‌

Advertisment
ପଞ୍ଜାବ ନିର୍ବାଚନ ପୂର୍ବରୁ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଗିରଫ କରିବାକୁ ପ୍ରବର୍ତ୍ତନ ନିର୍ଦେଶାଳୟ ଯୋଜନା କରୁଛି: ଅରବିନ୍ଦ କେଜ୍ରିୱାଲ୍‌

Image Courtesy of Zee News

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଗିରଫ କରିବା ଲାଗି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଯୋଜନା କରୁଥିବା ସୂଚନା ପାଇଥିବା କଥା ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, କିଛି ଭୁଲ୍‌ କରି ନ ଥିବାରୁ ‘ଆମ୍‌ ଆଦ୍‌ମି ପାର୍ଟି’ (ଆପ୍‌) ନେତା ଓ କର୍ମୀମାନେ ‘ଏଜେନ୍‌ସି’ମାନଙ୍କୁ ଭୟ କରନ୍ତି ନାହିଁ।

publive-image Image Courtesy of The Hindu

ସେ କହିଛନ୍ତି, ଆମ ସୂତ୍ରରୁ ଆମେ ଜାଣିବାକୁ ପାଇଲୁ ଯେ, ଠିକ୍‌ ପଞ୍ଜାବ ନିର୍ବାଚନର ଅଳ୍ପ କିଛି ଦିନ ପୂର୍ବରୁ ପ୍ରବର୍ତ୍ତନ ନିର୍ଦେଶାଳୟ ଦିଲ୍ଲୀର ସ୍ବାସ୍ଥ୍ୟ ଓ ଗୃହମନ୍ତ୍ରୀ ‌ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଗିରଫ କରିବ। ତାଙ୍କୁ ଆମେ ସ୍ବାଗତ କରୁଛୁ। ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ସତ୍ୟେନ୍ଦ୍ର ଜୈନ୍‌ଙ୍କ ଘରେ ଚଢ଼ାଉ କରିଥିଲା, କିନ୍ତୁ କିଛି ପାଇ ନ ଥିଲା।

ସେ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ହାରିବ ବୋଲି ଯେତେବେଳେ ହୃଦ୍‌ବୋଧ ହେଉଛି ପ୍ରତିଦ୍ବନ୍ଦ୍ବୀଙ୍କ ପଛରେ ‘ବିଜେପି’ କେନ୍ଦ୍ରୀୟ ଏଜେନ୍‌ସିଙ୍କୁ ଲଗାଇ ଦେଉଛି। ନିର୍ବାଚନ ଥିବାରୁ ଚଢ଼ାଉ ଓ ଗିରଫଦାରି ଚାଲିବ। କିଛି ତ୍ରୁଟି କରି ନ ଥିବାରୁ ଆମେ ସେଭଳି ଚଢ଼ାଉ ଓ ଗିରଫଦାରିକୁ ପରୁଆ କରୁନା। ଏଥିପାଇଁ ଆମେ ଚନ୍ନିଜୀଙ୍କ ଭଳି କାନ୍ଦିବୁ ନାହିଁ। ଭୁଲ୍‌ କରିଥିବାରୁ ସେ ହତାଶ ହୋଇପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe