ED Raid: କୋଇଲା ମାଫିଆଙ୍କ କଳା ସାମ୍ରାଜ୍ୟର ବୁଢିଆଣୀ ଜାଲ ଛିଡ଼ାଉଛି ଇଡି… ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ବଡ଼ ଧରଣର ରେଡ୍

କୋଇଲା ମାଫିଆଙ୍କ ଲିଙ୍କରେ ବିଭିନ୍ନ ସ୍ଥାନରେ ରେଡ କରୁଛି ଇଡି । ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର ୪୦ଟି ଠିକଣାରେ ଚାଲିଛି ଚଢାଉ । ବିଭିନ୍ନ ସ୍ଥାନରେ ଅଚାନକ ଚଢାଉ କରି ପୁଳାପୁଳା ଟଙ୍କା, ସୁନା ଜବତ କରିଛି । 

ED raid

ED raid Photograph: (sambad.in)

ନୂଆଦିଲ୍ଲୀ: ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ଘାଣ୍ଟୁଛି ଇଡି । କୋଇଲା ମାଫିଆଙ୍କ ଲିଙ୍କରେ ବିଭିନ୍ନ ସ୍ଥାନରେ ରେଡ କରୁଛି ଇଡି । ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର ୪୦ଟି ଠିକଣାରେ ଚାଲିଛି ଚଢାଉ । କୋଇଲା ମାଫିଆଙ୍କ କଳା ସାମ୍ରାଜ୍ୟର ବୁଢିଆଣୀ ଜାଲ ଛିଡେଇବାକୁ ଇଡି ଆଜି ସକାଳେ ସକାଳେ ବିଭିନ୍ନ ସ୍ଥାନରେ ଅଚାନକ ଚଢାଉ କରି ପୁଳାପୁଳା ଟଙ୍କା, ସୁନା ଜବତ କରିଛି । 

କୋଟି କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ କୋଇଲା ମାଫିଆଙ୍କ ଘର, ଅଫିସରେ ଚଢାଉ ଚାଲିଛି । ଏହି ଚଢାଉରେ ୧୦୦ରୁ ଅଧିକ ଅଧିକାରୀ ସାମିଲ ଅଛନ୍ତି। ଚଢାଉ ବେଳେ ବିପୁଳ ଟଙ୍କା ଓ ସୁନା ଅଳଙ୍କାର ଜବତ ହୋଇଛି। ଦୁଇ ରାଜ୍ୟରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଅନିଲ ଗୋୟଲ, ସଞ୍ଜୟ ଉଦ୍ୟୋଗ, ଏଲବି ସିଂ, ଅମର ମଣ୍ଡଳ ଏବଂ ଅନ୍ୟ ଅଭିଯୁକ୍ତଙ୍କ ଠିକଣାରେ ଚଢାଉ କରାଯାଉଛି। 

ଅଧିକ ପଢନ୍ତୁ- Odisha Tour Dharmendra Pradhan: ଦୁଇଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ପୁରୀ, କଟକ ଓ ଭଦ୍ରକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ

ପଶ୍ଚିମବଙ୍ଗର ୨୪ଟି ସ୍ଥାନରେ, ଝାଡଖଣ୍ଡର ୧୮ ସ୍ଥାନରେ ଇଡି ରେଡ୍ କରିଛି । ତେବେ କୋଇଲା ମାଫିଆଙ୍କ ବିରୋଧରେ ଇଡିର ଏହା ବଡ଼ କାର୍ଯ୍ୟାନୁଷ୍ଠାନ ଯାହା ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । 

ଅଧିକ ପଢନ୍ତୁ- Vietnam Flood: ଭିଏତନାମରେ ଭୟଙ୍କର ବନ୍ୟା… ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ, ଜଳ ନେଲାଣି ୪୧ ଜଣଙ୍କ ଜୀବନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe