ଦିଲ୍ଲୀ ମଦ ନୀତି ମାମଲାରେ ଏକାଧିକ ସହରର ୪୦ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦେଶାଳୟର ଚଢ଼ଉ ଜାରି

Advertisment
ଦିଲ୍ଲୀ ମଦ ନୀତି ମାମଲାରେ ଏକାଧିକ ସହରର ୪୦ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦେଶାଳୟର ଚଢ଼ଉ ଜାରି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ଏକାଧିକ ସହରର ୪୦ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି। ସେଥିରୁ ୨୦ଟି ସ୍ଥାନ ହେଉଛି ‘ଟିଆର୍‌ଏସ୍‌’ଶାସିତ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ।

ନେଲୋର୍‌ ଏବଂ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀର ଆଉ କେତେକ ସହରର  ମଦ ବ୍ୟବସାୟୀ, ଡିଷ୍ଟ୍ରିବ୍ୟୁଟର୍‌ ଏବଂ ସପ୍ଲାଏ ଚେନ୍‌ ନେଟ୍‌ୱାର୍କ ସହିତ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ଘରେ ତଲାସ ଚାଲିଥିବା କଥା ସରକାରୀସୂତ୍ରରୁ ଜଣାପଡ଼ିଛି।

ଏହି ମାମଲାରେ ଏହା ହେଉଛି ଦ୍ବିତୀୟ ପର୍ଯ୍ୟାୟ ଚଢ଼ଉ। ଗତ ସପ୍ତାହରେ ପ୍ରବର୍ତ୍ତନ ନିର୍ଦେଶାଳୟ ଦିଲ୍ଲୀ, ତେଲେଙ୍ଗାନା, ମହାରାଷ୍ଟ୍ର, ହରିୟାଣା, ଉତ୍ତର ପ୍ରଦେଶ ଏବଂ କର୍ଣ୍ଣାଟକର ପ୍ରାୟ ୪୫ଟି ସ୍ଥାନରେ ଚଢ଼ଉ କରିଥିଲା।

publive-image Image Courtesy of NDTV

ସୂଚନାଯୋଗ୍ୟ, ଅବକାରୀ ନୀତିରେ ଆର୍ଥିକ ଦୁର୍ନୀତି ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ କେତେକ ଅମଲାଙ୍କ ନାମରେ ଅଭିଯୋଗ ହେବା ପରେ ‘ସିବିଆଇ’ରେ ‘ଏଫ୍‌ଆଇଆର୍‌’ ହୋଇଥିଲା। ପରେ ଉକ୍ତ ମାମଲା ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ହାତକୁ ଯାଇଥିଲା। କିନ୍ତୁ, ଏବେ ଉକ୍ତ ଅବକାରୀ ନୀତି ପ୍ରତ୍ୟାହାର କରି ନିଆଯାଇଛି।

publive-image Image Courtesy of India Today

ଅରବିନ୍ଦ କେଜ୍ରିୱାଲ୍‌ଙ୍କ ନେତୃତ୍ବାଧୀନ ଦିଲ୍ଲୀ ସରକାରେ ସିସୋଦିଆ ଅବକାରୀ ଓ ଶିକ୍ଷା ସମେତ ବହୁ ବିଭାଗର ଦାୟିତ୍ବରେ ଅଛନ୍ତି। ଗତବର୍ଷ ନଭେମ୍ବର ମାସରେ ଲାଗୁ‌ ହୋଇଥିବା ଦିଲ୍ଲୀ ଅବକାରୀ ନୀତି ପ୍ରସ୍ତୁତି ଓ ପ୍ରଚଳନ କରାଇବା ବେଳେ କୌଣସି ଦୁର୍ନୀତି ହୋଇଛି କି, ନାହିଁ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ତାହା ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe