କଂଗ୍ରେସ ନେତାଙ୍କ ଘରେ ଇଡି ଚଢ଼ଉ

Advertisment
କଂଗ୍ରେସ ନେତାଙ୍କ ଘରେ ଇଡି ଚଢ଼ଉ

NDTV.com

ନୂଆଦିଲ୍ଲୀ : କଂ‌ଗ୍ରେସର ୮୫ତମ ପୂର୍ଣ୍ଣାଙ୍ଗ ଅଧିବେଶନ ଆସନ୍ତା ୨୪ ତାରିଖରୁ ଛତିଶଗଡ଼ ରାଜଧାନୀ ରାୟପୁରରେ ହେବ। ଏହାର ୪ ଦିନ ପୂର୍ବରୁ କଂଗ୍ରେସ-ଶାସିତ ଛତିଶଗଡ଼ରେ ପ୍ରବର୍ତ୍ତନ ନି‌ର୍ଦ୍ଦେଶାଳୟ (ଇଡି) ଆଜି କଂଗ୍ରେସ ନେତାଙ୍କ ଘରେ ଚଢ଼ଉ କରିଛି। କୋଇଲା ଦୁର୍ନୀତି ମାମଲାରେ ରାଜ୍ୟର ୧୭ଟି ସ୍ଥାନରେ ଚଢ଼ଉ ହୋଇଛି।‌ ଏହି ଚଢ଼ଉକୁ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ବିରୋଧ କରିଛନ୍ତି। ଏଥିପାଇଁ ସେ ବିଜେପି ଉପରେ ବର୍ଷିଛନ୍ତି। ବିଜେପି ତୃତୀୟ ଶ୍ରେଣୀର ରାଜନୀତି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।

ମୁଖ୍ୟମନ୍ତ୍ରୀ ବାଘେଲ ସୋମବାର ଟ୍ବିଟ୍ କରିଛନ୍ତି ଯେ ଛତିଶଗଡ଼ କଂଗ୍ରେସର କୋଷାଧ୍ୟକ୍ଷ, ଦଳର ପୂର୍ବତନ ଉପାଧ୍ୟକ୍ଷ ଓ ଜଣେ ବିଧାୟକଙ୍କ ସମେତ ତାଙ୍କର ଅନେକ ସହଯୋଗୀ ନେତାଙ୍କ ଘରେ ଇଡି ଚଢ଼ଉ କରିଛି। କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାର ସଫଳତାରେ ହତାଶ ହୋଇ ତଥା ଆଦାନିଙ୍କ ସତ୍ୟ ପଦାକୁ ଆସିବା ପରେ ବିଜେପି ଏପରି ନିମ୍ନ ସ୍ତରର ରାଜନୀତି ଆରମ୍ଭ କରିଛି। ଏହି ଚଢ଼ଉ ଆଦାନି ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଉଦ୍ଦିଷ୍ଟ। ସତ୍ୟ କ’ଣ ଦେଶ ଜାଣିଛି। ଆମେ ଲଢ଼ିବୁ ଓ ଜିତିବୁ ବୋଲି ବାଘେଲ କହିଛନ୍ତି।

ଛତିଶଗଡ଼ରେ ତୃତୀୟ ଶ୍ରେଣୀର ରାଜନୀତି କରୁଛି ବିଜେପି: କଂଗ୍ରେସ
୨୪ରୁ ରାୟପୁରରେ କଂଗ୍ରେସର ପୂର୍ଣ୍ଣାଙ୍ଗ ଅଧିବେଶନ

ଅପରପକ୍ଷେ ଇଡି କହିଛି ଯେ କୋଇଲା ଦୁର୍ନୀତିରେ ୫୨ କୋଟି ଟଙ୍କାର କିକ୍‌ବ୍ୟାକ୍ ଅର୍ଥ କଂଗ୍ରେସର ବରିଷ୍ଠ ନେତାମାନଙ୍କ ପକେଟକୁ ଯାଇଛି ଏବଂ ୪ କୋଟି ଟଙ୍କା ଛତିଶଗଡ଼ର କେତେଜଣ ବିଧାୟକଙ୍କ ପାଖକୁ ଯାଇଛି।

ସୋମବାର ସକାଳେ ଇଡି ପକ୍ଷରୁ ଛତିଶଗଡ଼ର ୧୭ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଅଛନ୍ତି ଦୁର୍ଗ ବିଧାୟକ ଦେବେନ୍ଦ୍ର ଯାଦବ, ଛତିଶଗଡ଼ କଂଗ୍ରେସ କୋଷାଧ୍ୟକ୍ଷ ରାମଗୋପାଳ ଅଗ୍ରୱାଲ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁଶୀଲ ସନି ଅଗ୍ରୱାଲ ଏବଂ ରାଜ୍ୟ କଂଗ୍ରେସ ମୁଖପାତ୍ର ଆର୍‌ପି ସିଂହ।

publive-image

ଇଡି ଅଭିଯୋଗ କରିଛି ଯେ, ପ୍ରତି ଟନ୍ କୋଇଲା ପରିବହନ ପାଇଁ ୨୫ ଟଙ୍କା ଲେଖାଏ ଲେଭି ବେଆଇନ ଭାବେ ଆଦାୟ ହୋଇଛି, ଯେଉଁଥିରେ ବରିଷ୍ଠ ଅମଲା, ବ୍ୟବସାୟୀ, ରାଜନେତା ଓ ମଧ୍ୟସ୍ଥ ସାମିଲ ଅଛନ୍ତି।

କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ନେତା ଅଭିଯୋଗ କରିଛନ୍ତି ଯେ, ନେତାମାନଙ୍କୁ ହଇରାଣ କରିବା ପାଇଁ ମୋଦୀ ସରକାର କେନ୍ଦ୍ରୀୟ ଏଜେନ୍ସିମାନଙ୍କୁ ନିୟୋଜିତ କରୁଛନ୍ତି। ଦିଲ୍ଲୀ, ତେଲେଙ୍ଗାନା ସମେତ ବିଜେପି କ୍ଷମତାରେ ନ ଥିବା ରାଜ୍ୟଗୁଡ଼ିକରେ ଇଡି ଓ ସିବିଆଇ ଅଣବିଜେପି ନେତାମାନଙ୍କୁ ଟାର୍ଗେଟ କରୁଛି।

ଛତିଶଗଡ଼ ବିଧାନସଭା ନିର୍ବାଚନ ଆସନ୍ତାବର୍ଷ ହେବାକୁ ଥିବା ବେଳେ ଇଡି ଏହି ସମୟରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଯେଉଁଠି ଇଡି ତଦନ୍ତ କରିବା କଥା ସେଠି କରୁନାହିଁ। ଏହା ଏକ ଫେୟାର ଆଣ୍ଡ ଲଭ୍‌ଲି ଯୋଜନା। ଆଜି ଯାହାଙ୍କ ଘରେ ଇଡି ଚଢ଼ଉ କରୁଛି, କାଲି ସିଏ ବିଜେପିରେ ଯୋଗ ଦେଲା ପରେ ନିର୍ମଳ ଭାବମୂର୍ତ୍ତିର ମଣିଷ ହୋଇଯାଉଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାଜ୍ୟସଭାରେ ବିଜେପିକୁ ଯଥାର୍ଥରେ ୱାସିଂ ମେସିନ ସହ ତୁଳନା କରିଛନ୍ତି ବୋଲି ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି।

ଏପର୍ଯ୍ୟନ୍ତ କୋଇଲା ଦୁର୍ନୀତି ମାମଲାରେ ୯ ଜଣ ଲୋକ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ରାଜ୍ୟର ଜନୈକ ଅମଲା ଚୌରାସିଆ, ସୂର୍ଯ୍ୟକାନ୍ତ ତିୱାରି, ତାଙ୍କ ମାମୁ ଲକ୍ଷ୍ମୀକାନ୍ତ ତିୱାରି, ଛତିଶଗଡ଼ କ୍ୟାଡର ଆଇଏଏସ୍ ଅଫିସର ସମୀର ବିଷ୍ଣୋଇ ଓ କୋଇଲା ବ୍ୟବସାୟୀ ସୁନୀଲ ଅଗ୍ରୱାଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe