Image Courtesy of TOI
ନୂଆଦିଲ୍ଲୀ: ଆଇଏନ୍ଏକ୍ସ ମିଡିଆ କଳାଟଙ୍କା ଧଳା କରାଯିବା ମାମଲରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ତରଫରୁ କାର୍ତ୍ତି ଚିଦାମ୍ବରମ୍ଙ୍କର ଦିଲ୍ଲୀ ଏବଂ ଚେନ୍ନାଇ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଛି।
ଗୁରୁବାର ଦିନ, ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ତ୍ତିଙ୍କୁ ସାନି ସମନ୍ ଜାରି କରିଥିଲା। ପୂର୍ବରୁ ଗୁରୁବାର ଦିନ ତାଙ୍କୁ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବାକୁ କୁହାଯାଇଥିଲେ ମଧ୍ୟ ତାହାକୁ ସେ ଏଡ଼ାଇ ଯାଇଥିଲେ। ପୁଣି ଥରେ ତାଙ୍କୁ ଜାନୁଆରି ୧୬ ତାରିଖ ଦିନ ହାଜର ହେବାକୁ କୁହାଯାଇଛି।
ଗତ ମେ ମାସରେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ତାଙ୍କ ସହ ଅନ୍ୟ କେତେ ଜଣକ ନାମରେ ମାମଲା ରୁଜୁ କରିଥିଲା।
Follow Us