‘ଏସ୍‌ଏସ୍‌ସି’ ଦୁର୍ନୀତି ତଦନ୍ତ: ‘ଟିଏମ୍‌ସି’ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘରେ ଚଢ଼ାଉ କଲା ପ୍ରବର୍ତ୍ତନ ନିର୍ଦେଶାଳୟ

ଅନୈତିକ କାର୍ଯ୍ୟକଳାପ ଜରିଆରେ ବିପୁଳ ପରିମାଣର ଟଙ୍କା ଠୁଳ କରିଛନ୍ତି ପାର୍ଥ ଚାଟାର୍ଜୀ: ଇଡି

Image Courtesy of India Today

କୋଲ୍‌କାତା: ‘ସ୍କୁଲ୍‌ ସର୍ଭିସ୍‌ କମିସନ୍’ (ଏସ୍ଏସ୍‌ସି) ନିଯୁକ୍ତି ଦୁର୍ନୀତି ମାମଲା ତଦନ୍ତ ସହ ସମ୍ପୃକ୍ତି ଥିବା କାରଣରୁ ଆଜି ସକାଳେ ପ୍ରବର୍ତ୍ତନ ନିର୍ଦେଶାଳୟ ପଶ୍ଚିମବଙ୍ଗ ମନ୍ତ୍ରୀ ତଥା ‘ତୃଣମୂଳ କଂଗ୍ରେସ’ ନେତା ପାର୍ଥ ଚାଟାର୍ଜୀଙ୍କ ଘରେ ଚଢ଼ାଉ କରିଛି।

‘ସ୍କୁଲ୍‌ ସର୍ଭିସ୍‌ କମିସନ୍‌’ ଜରିଆରେ ସରକାରୀ ସ୍କୁଲ୍‌ଗୁଡ଼ିକରେ ଶିକ୍ଷକ ଏବଂ ଅଣ-ଶିକ୍ଷକ ନିଯୁକ୍ତିରେ ଅନିୟମିତା ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା। ଏହି ଦୁର୍ନୀତ ତଦନ୍ତର ଅଂଶବିଶେଷ ଭାବେ ଆଜି ‘ତୃଣମୂଳ କଂଗ୍ରେସ’ ନେତା ପାର୍ଥ ଚାଟାର୍ଜୀଙ୍କ ଘରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି। ସେତେବେଳେ ପାର୍ଥ ଚାଟାର୍ଜୀ ଶିକ୍ଷାମନ୍ତ୍ରୀ ଥିଲେ।

ସମ୍ପ୍ରତି ପଶ୍ଚିମବଙ୍ଗ ରାଜ୍ୟର ଶିଳ୍ପ ମନ୍ତ୍ରୀ ଥିବା ଚାଟାର୍ଜୀଙ୍କୁ ଉପରୋକ୍ତ ମାମଲାରେ ‘ସିବିଆଇ’ ମେ ୧୮ ଏବଂ ୨୫ ତାରିଖରେ ଜେରା କରିଥିଲା।

publive-image Image Courtesy of Times Now

‘ସ୍କୁଲ୍‌ ସର୍ଭିସ୍‌ କମିସନ୍‌’ ଜରିଆରେ ବେଆଇନ ନିଯୁକ୍ତି ହୋଇଛି ବୋଲି ଯାହା ଅଭିଯୋଗ ହୋଇଥିଲା ତାହାର ତଦନ୍ତ ନିମନ୍ତେ କେନ୍ଦ୍ରୀୟ ଏଜେନ୍‌ସିକୁ ନିର୍ଦେଶ ଦେବା ପାଇଁ ଏକକ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ନିର୍ଦେଶ ଦେଇଥିଲେ। ଏହାକୁ ଚାଲେଞ୍ଜ୍‌ କରି କାଲ୍‌କାଟା ହାଇକୋର୍ଟରେ ଆଗତ କରାଯାଇଥିବା ପିଟିସନ୍ ଦାଏର ହୋଇଥିଲା। ଉକ୍ତ ପିଟିସନ୍‌ର ଶୁଣାଣି ବେଳେ ହାଇକୋର୍ଟ ମଧ୍ୟ ଏକକ ଖଣ୍ଡପୀଠଙ୍କ ରାୟକୁ କାଏମ ରଖିଥିଲେ।

ଏହାପରେ, ଜୁନ୍‌ ୨୯ ତାରିଖରେ ପ୍ରବର୍ତ୍ତନ ନିର୍ଦେଶାଳୟ ତଦନ୍ତ ଆରମ୍ଭ କରି ୨ଟି ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରିଥିଲା।

ଉପରୋକ୍ତ ବେଆଇନ ନିଯୁକ୍ତିରେ କୋଟି କୋଟି ଟଙ୍କା କାରବାର ହୋଇଥିବା ସନ୍ଦେହ କରାଯାଉଛି। ଏହି ମାମଲାରେ ଅନେକ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କର ନାଁ ମଧ୍ୟ ‌ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe