ନିର୍ବାଚନୀ ପ୍ରଚାରରେ କେଜ୍ରିୱାଲଙ୍କ ବୟାନକୁ ଟାର୍ଗେଟ କରି ସୁପ୍ରିମ୍‌କୋର୍ଟକୁ ଗଲା ଇଡି

Advertisment
ନିର୍ବାଚନୀ ପ୍ରଚାରରେ କେଜ୍ରିୱାଲଙ୍କ ବୟାନକୁ ଟାର୍ଗେଟ କରି ସୁପ୍ରିମ୍‌କୋର୍ଟକୁ ଗଲା ଇଡି

www.indiatoday.in

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ବାଚନୀ ପ୍ରଚାରର ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ପ୍ରଚାର ସମୟରେ କେଜ୍ରିୱାଲ୍‌ ଦେଇଥିବା ବୟାନକୁ ଉଠାଇ ଇଡି କହିଛି ଯେ ତାଙ୍କ ମନ୍ତବ୍ୟ ସିଷ୍ଟମ ମୁହଁରେ ଚାପୁଡ଼ା ମାରିଛି। ତେବେ ସୁପ୍ରିମକୋର୍ଟ ଏ ବାବଦରେ କିଛି କହିବାକୁ ମନା କରି ଦେଇଛନ୍ତି।

ଜୁନ୍ ୪ ତାରିଖରେ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଯଦି ଇଣ୍ଡିଆ ବ୍ଲକ୍ କ୍ଷମତାକୁ ଆସିବ ତେବେ ସେ ଜୁନ୍ ୫ ତାରିଖରେ ତିହାର ଜେଲରୁ ଫେରିବେ ବୋଲି କେଜ୍ରିୱାଲଙ୍କ ମନ୍ତବ୍ୟକୁ ନେଇ ଇଡି ଆପତ୍ତି କରିଛି।

ଦିଲ୍ଲୀର ମଦ ନୀତି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ଗତ ସପ୍ତାହରେ ଲୋକସଭା ନିର୍ବାଚନରେ ​​ପ୍ରଚାର କରିବାକୁ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ସର୍ତ୍ତ ମୁତାବକ କେଜ୍ରିୱାଲ୍‌ଙ୍କୁ ଜୁନ୍‌ ୨ ତାରିଖରେ ଅଦାଲତରେ ଆତ୍ମସମର୍ପଣ କରିବାକୁ ପଡ଼ିବ।

ତେବେ ଅରବିନ୍ଦ କେଜ୍ରିୱାଲ ପ୍ରଚାର ସମୟରେ କହିଛନ୍ତି ଯେ ଯଦି ଲୋକମାନେ ଆପ୍‌କୁ ଭୋଟ୍ ଦିଅନ୍ତି, ତେବେ ତାଙ୍କୁ ଜୁନ୍ ୨ରେ ଆଉ ଜେଲ ଯିବାକୁ ପଡ଼ିବ ନାହିଁ। ଅରବିନ୍ଦ କେଜ୍ରିୱାଲ ଏହା କିପରି କହିପାରିବେ?" ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ ପଚାରିବା ପରେ କୋର୍ଟ ଏହାର ଜବାବ ଦେଇଛନ୍ତି।

ଏନେଇ ସୁପ୍ରିମ୍‌କୋର୍ଟର ଜଷ୍ଟିସ ସଞ୍ଜୀବ ଖାନ୍ନା କହିଛନ୍ତି, "ଆମେ ଏହି ରାୟର ସମାଲୋଚନାକୁ ସ୍ୱାଗତ କରୁଛୁ। ଆମେ ତା ଭିତରକୁ ଯିବୁନାହିଁ। କେତେବେଳେ ସେ (କେଜ୍ରିୱାଲ) ଆତ୍ମସମର୍ପଣ କରିବେ ତାହାକୁ ନେଇ ଆମେ ନିଶ୍ଚିତ ଅଛୁ। ଏହା ସର୍ବୋଚ୍ଚ ନ୍ୟାୟାଳୟର ଆଦେଶ ଏବଂ ଆଇନର ନିୟମ ହେବ।  ଆମେ କାହା ପାଇଁ ବ୍ୟତିକ୍ରମ କରିନାହୁଁ। "

ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଇଡି ଦ୍ବାରା ହୋଇଥିବା ଏହି ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଏକ ଆବେଦନ କରିଥିଲେ। ଯାହାର ଶୁଣାଣି କରି ଅଦାଲତ କେଜ୍ରିୱାଲ୍‌ଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe