ଅର୍ଥ ହେରଫେର ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ସିଲ୍ ହେଲା ନ୍ୟାସନାଲ ହେରାଲଡ ଅଫିସ

Advertisment
ଅର୍ଥ ହେରଫେର ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ସିଲ୍ ହେଲା ନ୍ୟାସନାଲ ହେରାଲଡ ଅଫିସ

ndtv

ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ବଡ଼ କାର୍ଯ୍ୟାନୁଷ୍ଠାନ। ଅର୍ଥ ହେରଫେର ମାମଲାକୁ ନେଇ ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟକୁ ସିଲ୍ କଲା ଇଡି। ଗତକାଲି ନ୍ୟାସନାଲ ହେରାଲ୍ଡ ଅଫିସ ସମେତ ୧୨ ଟି ସ୍ଥାନରେ ଇଡି ଚଢ଼ାଉ କରିଥିଲା। ନ୍ୟାସନାଲ ହେରାଲ୍ଡ ଖବରକାଗଜ ସହ ଜଡିତ ଅର୍ଥ ହେରଫେର ମାମଲାରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରିବାର କିଛି ଦିନ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ତାଜା ସୂଚନା ମୁତାବକ ଏହି କାର୍ଯ୍ୟାଳୟର ଏକ ଅଂଶକୁ ତଦନ୍ତର ଅଗ୍ରଗତି ଲାଗି ସିଲ୍ କରାଯାଇଛି।

ସୂଚନାଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଅନ୍ୟ ସ୍ବାଧୀନତା ସଂଗ୍ରାମୀଙ୍କ ଦ୍ବାରା ନ୍ୟାସନାଲ ହେରାଲ୍ଡ ଖବରକାଗଜ ୧୯୩୮‌ରେ ପ୍ରତିଷ୍ଠା ହୋଇଥିଲା। ଆସୋସିଏଟେଡ୍‌ ଜର୍ଣ୍ଣାଲ୍‌ସ ଲିମିଟେଡ୍‌ (ଏଜେଏଲ୍‌) ଦ୍ବାରା ଏହା ପ୍ରକାଶ ପାଉଥିଲା। କିନ୍ତୁ ଆର୍ଥିକ ସଙ୍କଟ ଯୋଗୁ ଏହାର ପ୍ରକାଶନ ୨୦୦୮ରେ ବନ୍ଦ ହୋଇଯାଇଥିଲା। ଏହାକୁ ଚଳାଇବା ଲାଗି କଂଗ୍ରେସ ଏଜେଏଲକୁ ୯୦ କୋଟିର ଋଣ ଦେଇଥିଲା। ଏଜେଏଲ୍ ଋଣ ପରିଶୋଧ କରିବାରେ ବିଫଳ ହେବାରୁ ଗାନ୍ଧୀ ପରିବାର ମାଲିକାନାରେ ଥିବା ୟଙ୍ଗ ଇଣ୍ଡିଆ ଲିମିଟେଡ୍ ୫୦ ଲକ୍ଷ ଟଙ୍କା ଦେଇ ଏଜେଏଲକୁ ଅଧିଗ୍ରହଣ କରିଥିଲା। ଏହିଠାରୁ ବିବାଦ ଆରମ୍ଭ ହୋଇଥିଲା।

ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ଦିଲ୍ଲୀ କୋର୍ଟରେ ସୋନିଆ ଏବଂ ରାହୁଲ ଗାନ୍ଧିଙ୍କ ବି‌ରୋଧରେ ଜମି ହଡ଼ପ ଏବଂ ହଜାର ହଜାର କୋଟି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ଆଣିବାପରେ ନ୍ୟାସନାଲ୍‌ ହେରାଲ୍ଡ ମାମଲା ଉଠିଥିଲା। ୟଙ୍ଗ ଇଣ୍ଡିଆ ଲିମିଟେଡ ମାଧ୍ୟମରେ କଂଗ୍ରେସ ଦୁର୍ନୀତିପୂର୍ଣ୍ଣ ଉପାୟରେ ଏଜେଏଲ୍‌କୁ ଅଧିଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା। ୨୦୦୦ କୋଟି ଟଙ୍କାର ସମ୍ପତ୍ତି ହଡ଼ପ ପାଇଁ କଂଗ୍ରେସ ଦୁର୍ନୀତିପୂର୍ଣ୍ଣ ଭାବେ ଅଧିଗ୍ରହଣ କରିଥିବା ଦର୍ଶାଇ ସ୍ବାମୀ ଅଦାଲତର ଦ୍ବାରସ୍ଥ ହୋଇଥିଲେ। କୋର୍ଟ ଏହାର ଶୁଣାଣି ଆରମ୍ଭ କରିଥିଲେ।

ଇଡି ଏହି ମାମଲାରେ ୨୦୧୪ରୁ ତଦନ୍ତ ଆରମ୍ଭ କରିଥିବା ବେଳେ ଗତ କିଛି ଦିନ ତଳେ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁପଚରାଉଚରା କରିଥିଲା ଇଡି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe