Image Courtesy: Twitter
ନୂଆଦିଲ୍ଲୀ: ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ତାଙ୍କର କିଛି ସହଯୋଗୀଙ୍କ ଘରେ ଚଢାଉ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୨.୮୫ କୋଟିର ନଗଦ ଟଙ୍କା ନଗଦ ଟଙ୍କା ସମେତ ବିପୁଳ ପରିମାଣର ସୁନା ମୁଦ୍ରା ଜବତ କରିଛି । ତେବେ ଜୈନଙ୍କ ଘରୁ ପ୍ରାୟ ୨ ଲକ୍ଷ ୭୯ ହଜାର ନଗଦ ମିଳିଥିଲେ ବି ତାହାକୁ ଇଡି ଜବତ କରିନାହିଁ ବୋଲି ଆପ ପକ୍ଷରୁ ଦାବି କରାଯାଇଛି ।
ଜୈନଙ୍କୁ ମେ ୩୦ ତାରିଖରେ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ)ର ଅପରାଧିକ ଧାରା ଅନୁଯାୟୀ ଇଡି ଗିରଫ କରିଥିଲା ଏବଂ ସେ ଜୁନ୍ ୯ ତାରିଖ ପର୍ଯ୍ୟନ୍ତ ଇଡି ହେପାଜତରେ ଅଛନ୍ତି।
ଇଡି ପକ୍ଷରୁ ଏକ ଟୁଇଟ କରି କୁହାଯାଇଛି ଜୈନଙ୍କ ବିରୋଧରେ ଚାଲିଥିବା ମନି ଲଣ୍ଡରିଂର ଏକ ଅଂଶ ସ୍ବରୂପ ଆଜି ଜୈନ ଏବଂ ତାଙ୍କ କଥିତ ସହଯୋଗୀଙ୍କ ଘର ପରିସରରେ ଚଢାଉ କରାଯିବା ପରେ ୨.୮୫ କୋଟି ଟଙ୍କା ଏବଂ ୧୩୩ଟି ସୁନା ମୁଦ୍ରା (ଯାହାର ଓଜନ ୧.୮ କିଲୋଗ୍ରାମ) ଜବତ କରାଯାଇଛି ।
Image Courtesy: Twitterପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କହିଛି ଯେ ସୋମବାର ଚଢାଉ ହୋଇଥିବା ବ୍ୟକ୍ତିମାନେ ମନି ଲଣ୍ଡରିଂ ପ୍ରକ୍ରିୟାରେ ମନ୍ତ୍ରୀଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ସାହାଯ୍ୟ କରିଥିଲେ। ଜବତ କରା ଯାଇଥିବା ନଗଦ ଟଙ୍କାର କୌଣସି ପ୍ରକାରର ହିସାବ ମିଳି ନଥିଲା ଏବଂ ଏହାକୁ ଏକ ଗୁପ୍ତ ସ୍ଥାନରେ ରଖାଯାଇଥିଲା ବୋଲି ଇଡି ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି।
୫୭ ବର୍ଷ ବୟସ୍କ ଜୈନଙ୍କୁ ମେ ୩୦ ତାରିଖରେ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ)ର ଅପରାଧିକ ଧାରା ଅନୁଯାୟୀ ଗିରଫ କରାଯାଇଥିଲା ଏବଂ ସେ ଜୁନ୍ ୯ ତାରିଖ ପର୍ଯ୍ୟନ୍ତ ଇଡି ହେପାଜତରେ ଅଛନ୍ତି।
Follow Us