ମନି ଲଣ୍ଡରିଂ ମାମଲାରେ ଫସିଲେ ଜମ୍ମୁ- କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା; ସମନ ଜାରି କଲା ଇଡି

Advertisment
ମନି ଲଣ୍ଡରିଂ ମାମଲାରେ ଫସିଲେ ଜମ୍ମୁ- କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା; ସମନ ଜାରି କଲା ଇଡି

Image Courtesy: News Nation

ନୂଆଦିଲ୍ଲୀ: ନ୍ୟାସନାଲ କନଫରେନ୍ସ (ଏନସି) ସୁପ୍ରିମୋ ତଥା ଜମ୍ମୁ- କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଏକ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ପଚରାଉଚରା ପାଇଁ ମେ ୩୧ରେ ଦିଲ୍ଲୀକୁ ଡକାଯାଇଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ।

ଜାତୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଅନୁସନ୍ଧାନ କରା ଯାଉଥିବା ଜମ୍ମୁ- କଶ୍ମୀର କ୍ରିକେଟ୍‌ ଆସୋସିଏସନ୍‌ (ଜେକେସିଏ)ରେ ହୋଇଥିବା ଆର୍ଥିକ ଅନିୟମିତତାରେ ତାଙ୍କର ସଂପୃକ୍ତି ନେଇ ହୋଇଥିବା ଅଭିଯୋଗରେ ଇଡି ତାଙ୍କୁ ପଚରାଉଚରା ପାଇଁ ଏହି ସମନ ଜାରି କରିଥିବା ଜଣାପଡ଼ିଛି।

ମେ ୩୧ରେ ନୂଆଦିଲ୍ଲୀରେ ଇଡିର ମୁଖ୍ୟାଳୟରେ ହାଜର ହେବା ପାଇଁ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ) ଅଧୀନରେ ଫାରୁକ ଅବଦୁଲ୍ଲାଙ୍କୁ ଇଡି ପକ୍ଷରୁ ଏହି ସମନ ଜାରି କରାଯାଇଛି। ଉଲ୍ଲେଖଯୋଗ୍ୟ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୨୦୨୦ରେ ଏହି ମାମଲାରେ ଅବଦୁଲ୍ଲାଙ୍କ ୧୧.୮୬ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ବାଜ୍ୟାପ୍ତ କରିଥିଲା।

ଏହି ମାମଲାରେ ୮୪ ବର୍ଷୀୟ ଏନସି ସୁପ୍ରିମୋଙ୍କୁ ଇଡି ପୂର୍ବରୁ ଅନେକ ଥର ପଚରାଉଚରା କରିଛି। ଇଡି ଅଭିଯୋଗ କରିଛି ଯେ ଅବଦୁଲ୍ଲା ଅତୀତରେ ଜେକେସିଏର ସଭାପତି ଭାବରେ ତାଙ୍କ ପଦବୀର ଅପବ୍ୟବହାର କରିଥିଲେ ଏବଂ କ୍ରୀଡା ସଂସ୍ଥାରେ ନିଯୁକ୍ତି ଦେଇଥିଲେ, ଯାହା ଦ୍ୱାରା ବିସିସିଆଇ ପ୍ରାୟୋଜିତ ପାଣ୍ଠିକୁ ପ୍ରଭାବିତ କରା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe